ଶୋଇଥିବା ଅବସ୍ଥାରେ ନକଲି ଦାନ୍ତକୁ ଗିଳି ଦେଲେ ବ୍ୟକ୍ତି

ନୂଆଦିଲ୍ଲୀ: ଫୁସ୍‌ଫୁସ୍‌ରୁ ବାହାରିଲା ନକଲି ଦାନ୍ତ । ବିଶାଖାପଟ୍ଟନମରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୫୨ବର୍ଷୀୟ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ନିଜର ନକଲି ଦାନ୍ତକୁ ଗିଳି ପକାଇଥିଲେ। ଏହି ଦାନ୍ତ ବ୍ୟକ୍ତିଙ୍କର ଫୁସଫୁସରେ ଯାଇ ଅଟକି ଯାଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ଅସ୍ତ୍ରୋପଚାର କରାଯାଇ ଏହି ନକଲି ଦାନ୍ତକୁ ବାହାର କରାଯାଇଥିଲା ।

ବିଶାଖାପଟ୍ଟନମରେ ବସବାସ କରୁଥିବା ଜଣେ ବ୍ୟକ୍ତି ଗତ ତିନିବର୍ଷ ହେବ ଏକ ନକଲି ଦାନ୍ତ ବ୍ୟବହାର କରୁଥିଲେ। ଦିନେ ରାତିରେ ଶୋଇଥିବା ଅବସ୍ଥାରେ ବ୍ୟକ୍ତି ଜଣକ ଉକ୍ତ ନକଲି ଦାନ୍ତକୁ ଗିଳି ପକାଇଥିଲେ। ଫଳରେ ଏହା ଯାଇ ଡାହାଣପାର୍ଶ୍ୱ ଫୁସଫୁସରେ ଅଟକି ଯାଇଥିଲା। ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍‌ପିଟାଲ ନିଆଯାଇଥିଲା । ସେଠାରେ ପରୀକ୍ଷା ନିରୀକ୍ଷା ପରେ ଫୁସ୍‌ଫୁସ୍‌ରେ ଅଟକିଥିବା ଡ଼ାକ୍ତରମାନେ ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଅସ୍ତ୍ରୋପଚାର କରି ବାହାର କରିବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥିଲେ । ଶେଷରେ ଅସ୍ତ୍ରୋପଚାର କରି ନକଲି ଦାନ୍ତକୁ କାଢି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଥିଲେ ଡ଼ାକ୍ତର ।

ଡାକ୍ତରଙ୍କ କହିବାନାନୁସାରେ, ବ୍ୟକ୍ତିଙ୍କ ଫୁସଫୁସରେ ଦାନ୍ତ ଫସି ଯିବା ସତ୍ତ୍ୱେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇ ନ ଥିଲା। କାରଣ ଫୁସଫୁସ କାମ କରୁଥିଲା। କିନ୍ତୁ ବାରମ୍ବାର କାଶ ହେଉଥିଲା, ଯେଉଁ କାରଣରୁ ସେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ। ଡାକ୍ତରଖାନାରେ ଏକ୍ସ-ରେ ଓ ସିଟି ସ୍କାନ କରିବା ପରେ ବ୍ୟକ୍ତିଙ୍କ ଫୁସଫୁସରେ ଦାନ୍ତ ଫସି ରହିଥିବା ଜଣାପଡ଼ିଥିଲା। ଏହାପରେ ଡାକ୍ତର ଅସ୍ତ୍ରୋପଚାର କରି ଉକ୍ତ ଦାନ୍ତକୁ ଫୁସଫୁସରୁ ବାହାର କରିଥିଲେ। ଏହି ଅସ୍ତ୍ରୋପଚାର ସମୟରେ ସାମାନ୍ୟ ଅସାବଧାନତା ହୋଇଥିଲେ ରକ୍ତ ସ୍ରାବ ହେବା ସହ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଆନ୍ତା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *