ନୂଆଦିଲ୍ଲୀ: ଗୁଗୁଲ ଏକ ସର୍ଚ୍ଚ ଇଞ୍ଜିନ । ଯେଉଁଥିରେ ଆମେ ବିଭିନ୍ନ ତଥ୍ୟ ପାଇବା ସହ ଜିନିଷପତ୍ର ବି ସର୍ଚ୍ଚ କରିଥାଉ । ତେବେ ଭାରତୀୟମାନେ କେଉଁ ବିଷୟ ଉପରେ ଅଧିକ ସର୍ଚ୍ଚ କରିଛନ୍ତି ତାହାର ଏକ ତାଲିକା ପ୍ରକାଶ କରିଛି ଗୁଗୁଲ । ଗୁଗୁଲ ବର୍ଷସାରା ଭାରତରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଜିନିଷ ତାଲିକା ସେୟାର କରିଛି। ଚଳିତ ବର୍ଷ ଇଣ୍ଟରନେଟ୍ରେ ଅଧିକ ସର୍ଚ୍ଚ କରାଯାଇଛି ଆମ୍ବ ଆଚାର । ଭାରତୀୟ ୟୁଜର୍ସମାନେ ଇଣ୍ଟରନେଟରେ ଫିଲ୍ମ, କ୍ରିକେଟ ଓ ଲୋକପ୍ରିୟ ମିମସ୍ ସହିତ ପର୍ଯ୍ୟଟନସ୍ଥଳୀ ଏବଂ ବିଶେଷ ଖାଦ୍ୟବ୍ୟଞ୍ଜନ ବିଷୟରେ ମଧ୍ୟ ସର୍ଚ୍ଚ କରିଛନ୍ତି।
ଚଳିତ ବର୍ଷ ଗୁଗଲ ଦ୍ୱାରା ଭାରତୀୟ ୟୁଜର୍ସ କ୍ରିକେଟ୍ ସମ୍ବନ୍ଧୀୟ ସୂଚନା ଅଧିକ ସର୍ଚ୍ଚ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍ ଓ ଟିଟ୍ୱେଣ୍ଟି ୨୦ ୱାର୍ଲଡକପ୍। ଏଥିସହ ନିର୍ବାଚନ ଫଳାଫଳ ୨୦୨୪ ଓ ଅଲମ୍ପିକ୍ସ ସମ୍ବନ୍ଧୀୟ ସୂଚନା ମଧ୍ୟ ବହୁଳ ଭାବରେ ସର୍ଚ୍ଚ କରାଯାଇଛି। ସେହିପରି ଫିଲ୍ମ ମଧ୍ୟ ସର୍ଚ୍ଚ କରାଯାଇଛି। ଏହିକ୍ରମରେ ଲୋକପ୍ରିୟ ବ୍ୟଞ୍ଜନ ମଧ୍ୟରେ ଲୋକେ ଅଧିକ ଆମ୍ବ ଆଚାର ଇଣ୍ଟରନେଟରେ ସର୍ଚ୍ଚ କରିଛନ୍ତି। ସେହିପରି ପର୍ଯ୍ୟଟନସ୍ଥଳୀ ପାଇଁ ଲୋକେ ଅଧିକ ବାଲି ଓ ମନାଲିକୁ ସର୍ଚ୍ଚ କରିଛନ୍ତି।