କାର୍ଯ୍ୟାନୁଷ୍ଠାନ ଦାବି କରି ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୌଲାନା

ମୁମ୍ବାଇ: ଏପଟେ ରେକର୍ଡ ଭାଙ୍ଗୁଛି, ସେପଟେ ବଢ଼ିବାରେ ଲାଗିଛି ବିବାଦ। ଫିଲ୍ମ ‘ଛାବା’କୁ ନେଇ ମହାରାଷ୍ଟ୍ରରେ ତାତି ବଢ଼ୁଛି। ଏବେ ପୁଣି ଫିଲ୍ମକୁ ନେଇ ଦଙ୍ଗା ସୃଷ୍ଟି ହୋଇଛି । ଯାହାକୁ ନେଇ ନିର୍ଦ୍ଦେଶକ, ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୌଲାନା ଶହାବୁଦ୍ଦିନ ରଜବୀ ।

ଫିଲ୍ମରେ ଦେଖିବାକୁ ମିଳିଥିବା କିଛି ଗୁରୁତ୍ୱପୁର୍ଣ୍ଣ ସିନ୍ ପାଇଁ ଫିଲ୍ମକୁ ବ୍ୟାନ କରିବାକୁ ଦାବି କରିଛନ୍ତି ମୌଲାନା । ମୌଲାନା ଅଭିଯୋଗ କରିଛନ୍ତି ଯେ, ଫିଲ୍ମ ଛାବା’ରେ ଔରଙ୍ଗଜେବ ବାଦଶାହଙ୍କୁ ହିନ୍ଦୁ ବିରୋଧୀ ଭାବେ ପ୍ରଦର୍ଶନ କରି ହିନ୍ଦୁ ଯୁବଗୋଷ୍ଠୀଙ୍କୁ ଉତ୍ୟକ୍ତ କରାଯାଉଛି । ଯେଉଁଥିପାଇଁ ଗତ ମାର୍ଚ୍ଚ ୧୭ ତାରିଖରେ ନାଗପୁରରେ ଦଙ୍ଗା ପରି ପରିସ୍ଥିତି ଉପୁଜିଥିଲା । ତେଣୁ ସମାଜରେ ଶାନ୍ତି ଓ ଏକତାର ପ୍ରତିଷ୍ଠା ପାଇଁ ଏଭଳି ଫିଲ୍ମକୁ ତୁରନ୍ତ ବ୍ୟାନ୍ କରିବା ସହ ଏହାର ଡାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠିରେ ଲେଖିଛନ୍ତି ମୌଲାନା ଶହାବୁଦ୍ଦିନ ରଜବୀ।

କହିରଖୁଛୁ ଯେ, ଭିକି କୌଶଲଙ୍କ ଫିଲ୍ମ ଛାବା ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ, ଯିଏ ତାଙ୍କ ପତି ଛତ୍ରପତି ଶିବାଜୀଙ୍କ ମୃତ୍ୟୁ ପରେ ମରାଠା ସାମ୍ରାଜ୍ୟ ସମ୍ଭାଳିଥିଲେ । ସେ ୧୬୮୧ରୁ ୧୬୮୯ ପର୍ଯ୍ୟନ୍ତ ମରାଠାମାନଙ୍କ ନେତୃତ୍ୱ ନେଇଥିଲେ ଏବଂ ଏହି ସମୟରେ ସେ ଅନେକ ଯୁଦ୍ଧ ମଧ୍ୟ କରିଥିଲେ । ଫିଲ୍ମରେ ଗାନୋଜି ଏବଂ କାନହୋଜି ନାମକ ଦୁଇଟି ଚରିତ୍ରକୁ ସମ୍ଭାଜୀ ମହାରାଜଙ୍କୁ ବିଶ୍ୱାସଘାତକତା କରୁଥିବା ଏବଂ ଔରଙ୍ଗଜେବଙ୍କ ସହ ହାତ ମେଳାଉଥିବା ଦେଖାଯାଇଛି । ଏହାକୁ ନେଇ ମରାଠା ଯୋଦ୍ଧା ଗାଣେଜି ଶିର୍କେ ଲବଂ କାନଜୋହି ଶିର୍କେଙ୍କ ବଂଶଧରମାନେ ବିରୋଧ କରିଛନ୍ତି ଏବଂ ଏହା ଇତିହାସକୁ ଭୁଲ ଭାବେ ଉପସ୍ଥାପନା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହାଛଡା ମହାରାଷ୍ଟ୍ରର ଅନେକ ଗୋଷ୍ଠୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *