ମନ୍ଦିରରେ ସୁନାର ପଦ୍ମ ପୋଖରୀ

ମିନାକ୍ଷୀ ଅମ୍ମନ ମନ୍ଦିର ତାମିଲନାଡୁର ମଦୁରାଇ ସ୍ଥିତ ବେଗଇ ନଦୀର ଦକ୍ଷିଣ ତଟରେ ଅଛି। ଏହି ମନ୍ଦିରକୁ ମିନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିର କିମ୍ବା ମିନାକ୍ଷୀ ମନ୍ଦିର ମଧ୍ୟ କୁହାଯାଏ। ଏହି ଐତିହାସିକ ମନ୍ଦିରର ଅନେକ ମାନ୍ୟତା ଅଛି। ମନ୍ଦିର ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ସମର୍ପିତ। ଏହି ମନ୍ଦିରର ନିର୍ମାଣ ୧୬୨୩ରୁ ୧୬୫୫ ଭିତରେ ହୋଇଥିଲା। ବାସ୍ତୁ କଳା ପାଇଁ ଏହି ମନ୍ଦିର ପ୍ରସିଦ୍ଧ. ମିନାକ୍ଷୀ ମା ପାର୍ବତୀ ଏବଂ ସୁନ୍ଦରେଶ୍ୱର ଭଗବାନ ଶିବଙ୍କ ରୂପ। ଏହି ମନ୍ଦିରରେ ଭଗବାନ ଶିବ ଏବଂ ମା ପାର୍ବତୀଙ୍କୁ ଏକା ସାଙ୍ଗରେ ପୂଜା କରାଯାଏ।

ଏହି ମନ୍ଦିରକୁ ନେଇ ପୌରାଣିକ ମାନ୍ୟତା ଅଛି କି ସୁନ୍ଦରାଶ୍ୱର ରୂପରେ ଜନ୍ମିତ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ମଦୁରାଇ ପରିଦର୍ଶନ କରିଥିଲେ । ମାତା ପାର୍ବତୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ଏହି ସ୍ଥାନ ପ୍ରାଚୀନ କାଳରୁ ଅତ୍ୟନ୍ତ ପବିତ୍ର ହୋଇଆସୁଛି । କୁହାଯାଏ ଯେ ମୀନାକ୍ଷୀ ମନ୍ଦିରର ଗଠନରେ ପ୍ରଥମ ପରିବର୍ତ୍ତନ ୧୫୬୦ ମସିହାରେ ମଦୁରାଇର ରାଜା ବିଶ୍ୱନାଥ ନାୟକ କରିଥିଲେ। ତିରୁମାଲାଇ ନାୟାକା (୧୬୨୩–୫୫) ଙ୍କ ଶାସନ କାଳରେ ମନ୍ଦିରରେ ଅନେକ ପରିସର ନିର୍ମାଣ କରାଯାଇଥିଲା । ଆଲାଉଦ୍ଦିନ ୧୩୧୦ ରେ ମଦୁରାଇ ଉପରେ ଆକ୍ରମଣ କରି ଲୁଣ୍ଠନ କରିଥିଲେ।

ମୀନାକ୍ଷୀ ଅମ୍ମାନ ମନ୍ଦିର ସହ ଜଡିତ ଅନେକ ପୌରାଣିକ କଥା ଅଛି । ଏହି ମନ୍ଦିର ଭଗବାନ ଇନ୍ଦ୍ରଙ୍କ ଦ୍ୱାରା ନିର୍ମିତ ବୋଲି ବିଶ୍ୱାସ କରାଯାଏ। ଯେତେବେଳେ ଇନ୍ଦ୍ର ନିଜ ପାପର ପ୍ରାୟଶ୍ଚିତ କରିବାକୁ ମଦୁରାଇ ଆସିଥିଲେ, ସେତେବେଳେ ସେ ମନ୍ଦିର ନିର୍ମାଣ କରିଥିଲେ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଭଗବାନ ଶିବ ଦେବୀ ମୀନାକ୍ଷୀଙ୍କୁ ବିବାହ କରିବାର ଇଚ୍ଛା ସହିତ ଅତି ସୁନ୍ଦର ରୂପରେ ପୃଥିବୀକୁ ଆସିଥିଲେ। ଏହି ମନ୍ଦିର ଦ୍ରାବିଡ଼ ସ୍ଥାପତ୍ୟରେ ନିର୍ମିତ । ମନ୍ଦିରଟି ଦୁର୍ଗ ବା ଗୋପୁରାମ ପାଇଁ ପ୍ରସିଦ୍ଧ । ମନ୍ଦିରର ଚାରୋଟି ଦିଗରୁ ଚାରୋଟି ପ୍ରବେଶ ପଥ ଅଛି । ମନ୍ଦିର ଭବନରେ ପ୍ରାୟ ଏକ ହଜାର ସ୍ତମ୍ଭ ଅଛି । ମନ୍ଦିରର ଫାଟକରୁ ସ୍ତମ୍ଭ ପର୍ଯ୍ୟନ୍ତ ଦେବତା ଓ ଦେବୀଙ୍କ ପତିମୂର୍ତ୍ତି ଖୋଦିତ ହୋଇଛି। ପ୍ରତିବର୍ଷ ଏପ୍ରିଲରେ ମୀନାକ୍ଷୀ ଥିରୁକଲ୍ୟାଣମଙ୍କ ପର୍ବ କିମ୍ବା ମୀନାକ୍ଷୀଙ୍କ ଦିବ୍ୟ ବିବାହ ଉତ୍ସବ ଧୁମଧାମରେ ପାଳନ କରାଯାଏ ।

୧୪ ଏକର ଜାଗାରେ ସ୍ଥିତ ଏହି ମନ୍ଦିରର ଉଚ୍ଚତା ୧୬୦ ଫୁଟ ଅଟେ। ମନ୍ଦିରର ଶୋଭା ଓ ସୁରକ୍ଷା ନିମନ୍ତେ ଏହାର ଚତୁପାଶ୍ୱର୍ରେ ବିରାଟ ପ୍ରାଚୀର ନିର୍ମିତ ହୋଇଛି। ମା’ ମିନାକ୍ଷୀଙ୍କ ସମେତ ଏଠାରେ ମା’ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଆଦି ଦେବାଦେବୀଙ୍କୁ ମଧ୍ୟ ପୂଜା କରାଯାଇଥାଏ।
ମନ୍ଦିରରେ ଏକ ପୋଖରୀ ରହିଛି ‘ପୋର୍ଥମରାଇ କୁମଲ’ ଯାହାର ଅର୍ଥ ହେଉଛି ସୁନା ପଦ୍ମର ପୋଖରୀ। ସୁନାର ଏକ ପଦ୍ମ ପୋଖରୀର ମଧ୍ୟ ଭାଗରେ ନିର୍ମିତ ହୋଇଛି। ଭକ୍ତଙ୍କ ବିଶ୍ୱାସ ରହିଛି ଯେ ଏଠାରେ ପ୍ରଭୁ ମହାଦେବଙ୍କ ବାସ ରହିଛି। ମନ୍ଦିରର ବିଭିନ୍ନ ସ୍ଥାନରେ ଶିବଙ୍କର ପୌରାଣିକ କଥା ମାନ ଲିଖିତ ହୋଇ ରହିଛି। ମନ୍ଦିରରେ ଦର୍ଶନ ସମୟ ସକାଳ ୫ଟା ରୁ ରାତି ୯ଟା ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ୧୨ଟା ରୁ ୪ଟା ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ବନ୍ଦ ରହିଥାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *