୨୫ ଦିନ ଧରି ଚାଲିବ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା

ହାଇଦ୍ରାବାଦ: ଏଥର ତେଲଙ୍ଗାନାରେ ଅନୁଷ୍ଠିତ ହେବ ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା । ଆସନ୍ତା ମେ’ ୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ । ଯାହାକୁ ନେଇ ରାଜ୍ୟରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତବର୍ଷ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନଶନରେ ଅନୁଷ୍ଠିତ ହୋଇଥିଲା ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା । ଏ ନେଇ ତେଲଙ୍ଗାନା ପର୍ଯ୍ୟଯନ ବିଭାଗ ଏବଂ ମିସ୍ ୱାର୍ଲ୍ଡ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପାଖାପଖି ୨ ୭ କୋଟି ଟଙ୍କାର ରାଜସ୍ୱ ଅର୍ଥ ଏ କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ ।

ଗତଥର ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଜିତିଥିଲେ ଚେଜ୍ ରିପବ୍ଲିକର ପିଜକୋଭା । ତେବେ ପୁଣିଥରେ ଭାରତରେ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତା ହେବା ନେଇ ଖୁସି ଜାହିର କରିଛନ୍ତି ପିସକୋଭା । ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗିତା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ବଛାଯାଇପାରି ନାହିଁ ।୨୫ ଦିନ ଧରି ଚାଲିବାକୁ ଥିବା ଏ କାର୍ଯ୍ୟକ୍ରମରେ ମୋଟ ୫୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଜରିଆରେ ରାଜ୍ୟର କଳା ସଂସ୍କୃତି, ଐତିହ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥର ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ନନ୍ଦିନୀ ଗୁପ୍ତା । ୨୦୨୩ରେ ସେ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ମୁକୁଟ ଜିତିସାରିଛନ୍ତି । ନନ୍ଦିନୀଙ୍କ ଘର ରାଜସ୍ଥାନରେ । ମୁମ୍ବାଇର ଲାଲା ଲଜପତ ରାୟ କଲେଜରେ ନନ୍ଦିନୀ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ କରୁଛନ୍ତି । ସେ କହିଛନ୍ତି, ଆଇ ଲଭ୍ ଇଣ୍ଡିଆନ୍ ସ୍ପାରକେଲ । ଗତବର୍ଷ ମଧ୍ୟ ବେଶ୍ ସୁନ୍ଦର ଭାବେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଭାରତରେ ବହୁତ ଗୁଡ଼ିଏ ଜିତିଷ ଦେଖିବା ଯୋଗ୍ୟ । ହିନ୍ଦୁ ମନ୍ଦିର ବୁଲିବା ପରେ ତାଙ୍କୁ ଆତ୍ମ ସନ୍ତୋଷ ଲାଭ ହୋଇଛି, ଯାହାର ଅନୁଭୂତି ବେଶ୍ ଚମକ୍ରାରୀ ବୋଲି ସେ କହିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *