ମୋଦି ଖାଇଲେ ଓଡ଼ିଆ ଖାଦ୍ୟ , ମେନ୍ୟୁରେ ଜହ୍ନି ରାଇ, ଛେନା ପୋଡ଼

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ କରିଥିଲେ ରାତ୍ରି ଭୋଜନ । ଖାଇଥିଲେ ଓଡ଼ିଆ ଖାଦ୍ୟ । ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରାତ୍ରି ଭୋଜନରେ ପ୍ରାୟ ଓଡ଼ିଆ ବ୍ୟଞ୍ଜନ ପରସା ଯାଇଥିଲା। ସନ୍ତୁଳା, ଜହ୍ନି ରାଇ, ଡାଲମା, ଭେଣ୍ଡି ଭୁଜି, ଆଳୁ ମେଥି, ଡାଲ ମଖାନୀ, ମଟର ପନୀର, ଗୁଜରାଟୀ କଢ଼ି, ଭେଜ୍ ଦମ୍ ବିରିୟାନି, ମୁଗ ଡାଲି ଖେଚୁଡ଼ି, ରୁଡି, ଛେନା ପୋଡ଼ ଆଦି ପରସା ଯାଇଥିଲା। ପ୍ରଧାନମନ୍ତ୍ରୀ ସୁଦ୍ଧ ଶାକାହାରୀ ହୋଇଥିବାରୁ ତାଙ୍କ ଖାଦ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଥିଲା ।

ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ମୋଦି। ପ୍ରଥମେ ସମସ୍ତଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇଥିଲେ। ୫ ଦିନ ପୂର୍ବେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ଭଲ ମସଲା ଚା ପିଇଥିଲି। ଆଜି ପ୍ରଭୁ ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି। ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକ ମୋତେ ଅଭିଭୂତ କରିଛି। ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଛୁ। ପୂର୍ବରୁ ମନ୍ତ୍ରୀ ପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନ ଥିଲେ। ଓଡ଼ିଶା ଲୋକେ ହୃଦୟ ଖୋଲି ଆମକୁ ସମର୍ଥନ କରିଛନ୍ତି ବୋଲି କହିଥିଲେ ମୋଦି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *