‘ଛାବା’ର ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ବଲିଉଡ଼ ଫିଲ୍ମ ଛାବା’ର ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଫିଲ୍ମ ଏବେ ଦର୍ଶକଙ୍କ ହୃଦୟ ଜିତିଛି ବୋଲି କହିବା ସହ ଏହା ନୂଆ ଦିଗ ଦେଖାଇଛି ବୋଲି କହିଛନ୍ତି । ଏହାକୁ ନେଇ ବଲିଉଡ଼ ଅଭିନେତା ଭିକ୍କି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି ଅଭିନେତା ବିକ୍କି କୌଶଲଙ୍କ ଫିଲ୍ମ ‘ଛାବା’। ଦର୍ଶକେ ଫିଲ୍ମକୁ ବେଶ ପସନ୍ଦ କରୁଥିବାରୁ ସିନେମାହଲ୍‌ଗୁଡ଼ିକ ହାଉସ୍‌ଫୁଲ ହେଉଛି। ଏହି କ୍ରମରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମକୁ ପ୍ରଶଂସାରେ ପୋତିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀ ୯୮ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଫିଲ୍ମ ‘ଛାବା’ର ପ୍ରଶଂସା କରି କହିଥିଲେ । ଆଉ କହିଥିଲେଯେ, ଏବେ ଫିଲ୍ମ ‘ଛାବା’ ଲୋକଙ୍କ ହୃଦୟ ଜିତୁଛି। ମହରାଷ୍ଟ୍ର ଏବଂ ମୁମ୍ବାଇ, ଯାହା ମରାଠୀ ସହ ହିନ୍ଦୀ ସିନେମାକୁ ନୂଆ ଦିଗ ଦେଇଛି। ଶିବାଜୀ ସାବନ୍ତଙ୍କ ମରାଠୀ ଉପନ୍ୟାସରୁ ସମ୍ଭାଜୀ ମହାରାଜଙ୍କ ବୀରତାର ପରିଚୟ ବିକ୍କିଙ୍କ ରୂପରେ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରଶଂସା ଶୁଣି ବିକ୍କି ସୋସିଆଲ ମିଡିଆରେ ଷ୍ଟୋରୀ ଲଗାଇଛନ୍ତି। ଶବ୍ଦ ଶୁଣି ସମ୍ମାନବୋଧ ହେଲା। ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି ଲେଖିଛନ୍ତି।

ଏହି ଫିଲ୍ମ ଗତ ୧୪ ତାରିଖରେ ରିଲିଜ ହୋଇଥିଲା। ଏଯାବତ ସାରା ଦେଶରେ ଏହା ୨୪୨.୨୫ କୋଟି ଟଙ୍କା ରୋଜଗାର କରିସାରିଛି। ସେହିଭଳି ବିଶ୍ୱସ୍ତରରେ ଏହା ୩୦୭.୫୦ କୋଟି ରୋଜଗାର କରିଛି। ଫିଲ୍ମରେ ବିକ୍କି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଥିବା ବେଳେ ଅକ୍ଷୟ ଖନ୍ନା ଔରଙ୍ଗଜେବ୍ ଭୂମିକାରେ ନଜର ଆସୁଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *