ନୂଆଦିଲ୍ଲୀ: କୋର୍ଟ କାର୍ଯ୍ୟ ଆରମ୍ଭ ହେଉ ହେଉ ହଠାତ୍ ପହଞ୍ଚିଗଲା ହନୁ । ଗୋଟେ ଟେବୁଲରୁ ଅନ୍ୟ ଗୋଟେ ଟେବୁଲକୁ ଡ଼େଇଁବା ସହ ଲୋକଙ୍କୁ ବିକଳ ହୋଇ ଚାହିଁ ରହୁଥିଲା । ଯେମିତି ଲାଗୁଥିଲା ନ୍ୟାୟ ପାଇଁ ସେ କୋର୍ଟରେ ପହଞ୍ଚିଛି । ଏହିପରି ଭାବେ ଏକ ଘଣ୍ଟା ଧରି ଉତ୍ପାତ କରି ଆପଣାଛାଏଁ ଚାଲି ଯାଇଥିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛ, ବାରାଣାସୀ ଜିଲା କୋର୍ଟରେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ନିକଟରେ ବାରାଣାସୀର ଜିଲ୍ଲା କୋର୍ଟ କାର୍ଯ୍ୟ ଆରମ୍ଭ ହେଉଛି । ଏହି ସମୟରେ ଗୋଟେ ମାଙ୍କଡ଼ କୋର୍ଟ ରୁମକୁ ପଶିଆସୁଛି । ସେ ସିଧା ଯାଇ ଟେବୁଲ ଉପରେ ବସି ପଡ଼ୁଛି । ରେ ଏକ ମାଙ୍କଡ଼ ବସିଥିବା ଦେଖିବାକୁ ମିଳୁଛି। କୋର୍ଟ ରୁମର ବିଚାରପତି ନିତ୍ୟାନନ୍ଦ ରାଏ ମଧ୍ୟ ଉପସ୍ଥିତ ଅଛନ୍ତି । ମାଙ୍କଡ଼ଟି କାହାର କିଛି କ୍ଷତି କରି ନ ଥିଲା । କେବଳ ଏ ଟେବୁଲରୁ ସେ ଟେବୁଲକୁ ଡ଼େଇଁଥିଲା । ମାଙ୍କଡ଼କୁ ଦେଖି ସେଠାରେ ଉପସ୍ଥିତ ଲୋକେ ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ । କିନ୍ତୁ ପରେ ନିଜ ନିଜର କାଗଜପତ୍ର ଓ ଫାଇଲକୁ ଯତ୍ନର ସହକାରେ ରଖିଥିଲେ । ଆଉ କିଛି କର୍ମଚାରୀ ତାର ଫଟୋ ଓ ଭିଡ଼ିଓ ନେବାରେ ଲାଗି ପଡ଼ିଥିଲେ । ଘଣ୍ଟାଏ ଧରି କୋର୍ଟ ପରିସରରେ ବୁଲିବା ପରେ ମାଙ୍କଡ଼ଟି ଆପଣାଛାଏଁ ନିଜ ବାଟରେ ଚାଲିଯାଇଥିଲା।