ହସିବାରୁ ପ୍ରିୟଙ୍କା ଚୋପ୍ରାଙ୍କୁ ଶକ୍ତ ଚାପୁଡ଼ା ମାରିଲା ମାଙ୍କଡ଼

ମୁମ୍ବାଇ: ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଖୁସି ହେବା ଉଚିତ୍ ଏବଂ ହସିବା ଉଚିତ୍ । ଏହା ମଧ୍ୟ ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣି ଚାପକୁ ହ୍ରାସ କରିଥାଏ। ଏହା ବ୍ୟତୀତ ମାଂସପେଶୀ ମଧ୍ୟ ଭଲ ରହିଥାଏ ବୋଲି ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ ବେଳେବେଳେ ଅନାବଶ୍ୟକ ଭାବରେ ହସିବା ଖରାପ ସାବ୍ୟସ୍ତ ହୋଇଥାଏ। ଏହା ଦ୍ୱାରା ହୁଏତ ଅନ୍ୟ କେହି ଖରାପ ଅନୁଭବ କରିପାରନ୍ତି। ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା । ଏ ବିଷୟରେ ନିଜେ ପ୍ରିୟଙ୍କା କହିଛନ୍ତି ।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ ସହିତ ହଲିଉଡରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ସେ ହଲିଉଡରେ ଚମତ୍କାର ଅଭିନୟ କରି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିବା ବିଷୟରେ ଏକ କାହାଣୀ ପ୍ରିୟଙ୍କା ଚୋପ୍ରା ନିଜେ କପିଲ ଶର୍ମାଙ୍କ ସୋ’ରେ ପ୍ରକାଶ କରିଥିଲେ। ପ୍ରିୟଙ୍କା କହିଥିଲେ,ଯେତେବେଳେ ସେ ତୃତୀୟ ଶ୍ରେଣୀରେ ପଢୁଥିଲେ, ସେମାନେ ଲକ୍ଷେ୍ନା÷ରେ ରହୁଥିଲେ। ଦିନେ ସେ ସ୍କୁଲ ଯାଉଥିଲେ, ତାଙ୍କ ସ୍କୁଲ ନିକଟରେ ଏକ ବଡ଼ ଗଛ ଥିଲା, ଯେଉଁଥିରେ ଅନେକ ମାଙ୍କଡ଼ ବସିଥିଲେ।

ଗଛ ତଳ ଦେଇ ଯାଉଥିବା ସମୟରେ ଗୋଟିଏ ମାଙ୍କଡ ସେହି ଗଛ ଉପରେ ବସି ନିଜକୁ କୁଣ୍ଡାଇ ହେଉଥିଲା । ସେ ମାଙ୍କଡକୁ ଏଭଳି କରୁଥିବା ଦେଖି ଜୋରରେ ହସିବାକୁ ଲାଗିଥିଲେ। ତା’ପରେ ହଠାତ୍ ତାଙ୍କ ଅଜାଣତରେ ମାଙ୍କଡ ଗଛ ତଳକୁ ଓହ୍ଲାଇଲା, ତାଙ୍କୁ ଟାଣି ନେଇ ଶକ୍ତ ଚାପୁଡ଼ା ମାରିଥିଲା। ଏହାପରେ ଗଛ ଉପରକୁ ପଳାଇଗଲା। ସେତେବେଳେ ପ୍ରିୟଙ୍କା ଚୋପ୍ରା କପିଲ ଶର୍ମାଙ୍କ ସୋ’ରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ସ୍କାଏ ଇଜ୍ ପିଙ୍କ୍‌’ର ପ୍ରମୋସନ ପାଇଁ ପହଞ୍ଚି ଏ ବିଷୟରେ ବଖାଣିଛନ୍ତି ।

ସମ୍ପ୍ରତି ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ୍ ଜୋନାସଙ୍କ ସହ ଆମେରିକାର ଲସ୍ ଏଞ୍ଜେଲସ୍‌ରେ ରହୁଛନ୍ତି। ଲସ୍ ଏଞ୍ଜେଲସ୍ ବର୍ତ୍ତମାନ ହେଡଲାଇନରେ ଅଛି କାରଣ ସେଠାରେ ଜଙ୍ଗଲରେ ନିଆଁ ଲାଗିଛି । ଏଥିରେ ସାଧାରଣ ଲୋକଙ୍କ ସହ ଅନେକ ହଲିଉଡ ସେଲିବ୍ରିଟିଙ୍କ ଘର ନଷ୍ଟ ହୋଇଯାଇଛି। କିଛି ଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ତାଙ୍କ ଘରୁ ଜଙ୍ଗଲରେ ନିଆଁ ଲାଗିବାର ଭୟଙ୍କର ଦୃଶ୍ୟ ଦେଖାଇଥିଲେ ଏବଂ ଏଠାରେ ଫସି ରହିଥିବା ଲୋକଙ୍କ ପାଇଁ ଉଦ୍‌ବେଗ ପ୍ରକାଶ କରିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *