ମୁମ୍ବାଇ: ‘ମୁଫାସା ଦ ଲାୟନ କିଙ୍ଗ’ ୨୦ ଡିସେମ୍ବରରେ ରିଲିଜ ହୋଇଥିଲା। ଫିଲ୍ମ ରିଲିଜକୁ ୮ ଦିନ ବିତି ଯାଇଛି। ୮ ଦିନରେ ୮୦ କୋଟି କରିଛି ଏହି ଫିଲ୍ମ। ୨୦୨୪ର ହଲିଉଡ ଫିଲ୍ମ ଲିଷ୍ଟରେ ନିଜ ସ୍ଥାନ ଅକ୍ତିଆର କରିଛି ‘ମୁଫାସା ଦ ଲାୟନ କିଙ୍ଗ’ ଫିଲ୍ମ।
ବେରୀ ଜେନକିନ୍ସ ମୁଫାସା ଦ ଲାୟନ କିଂ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ସିମ୍ବାର ବାପା ମୁଫାସାର ସଂଘର୍ଷପୂର୍ଣ୍ଣ କାହାଣୀକୁ ଦର୍ଶା ଯାଇଛି। ଅନ୍ୟପଟେ ପୁଷ୍ପା-୨ ଦି ରୁଲ ସହିତ ତାଳ ଦେଇ ମୁଫାସା ଦ ଲାୟନ କିଁ ଭାରତୀୟ ସିନେମା ହଲ୍ରେ ଚାଲୁଛି। ଅଲ୍ଲୁ ଅର୍ଜୁନଙ୍କ ସିନେମା ପୁଷ୍ପା-୨ ଭାରତରେ ୧୦୦୦ କୋଟି ପାର୍ କରି ସାରିଛି। ତଥାପି ସିନେମା ପ୍ରତିଦିନ ରେକର୍ଡ ଭାଙ୍ଗୁଛି।
ଚଳଚ୍ଚିତ୍ରର ହିନ୍ଦୀ ଡବଡ୍ ସଂସ୍କରଣରେ ଶାହରୁଖ ଖାନ୍ ମୁଫାସାଙ୍କ ସ୍ୱର ଦେଇଥିବାବେଳେ ଆର୍ଯ୍ୟନ୍ ଖାନ୍ ସିମ୍ବାଙ୍କ ସ୍ୱର ଦେଇଛନ୍ତି ଏବଂ ଅବରାମ ସାନ ମୁଫାସାଙ୍କ ସ୍ୱର ଦେଇଛନ୍ତି। ଏହା ବ୍ୟତୀତ ସଞ୍ଜୟ ମିଶ୍ର ପୁମ୍ବା ଚରିତ୍ରରେ ତାଙ୍କ ସ୍ୱରର ଯାଦୁରେ କାମ କରୁଥିବା ଦେଖିବାକୁ ମିଳିଛି।