ଶିବଲିଙ୍ଗରେ ପଡେ ବିଜୁଳି

ହିମାଚଳ ପ୍ରଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ଯେଉଁ କାରଣରୁୁ ଏହି ରାଜ୍ୟକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏମିତି ଏକ ମନ୍ଦିର ରହିଛି, ଯାହାର ସ୍ୱତନ୍ତ୍ର ବିଶେଷତ୍ୱ ରହିଛି। ହିମାଚଳ ପ୍ରଦେଶର କଲ୍ଲୁ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀ ସଙ୍ଗମ ସ୍ଥଳ ପର୍ବତ ନିକଟ ଭଗବାନ ଶଙ୍କରଙ୍କ ମନ୍ଦିର ରହିଛି। କଲ୍ଲୁ ନିଜର ସୁନ୍ଦର ଉପତ୍ୟକା ପାଇଁ ସାରା ଭାରତରେ ଜଣାଶୁଣା | ଏହି ସବୁଜ ଉପତ୍ୟକା ମଧ୍ୟରେ ‘ବିଜଲି ମହାଦେବ’ ନାମକ ଏକ ମନ୍ଦିର ଅବସ୍ଥିତ |

ଏହା ଭଗବାନ ଶିବଙ୍କର ଏକ ମନ୍ଦିର, କିନ୍ତୁ ଏହା ଏକ ସାଧାରଣ ମନ୍ଦିର ନୁହେଁ | ଏହି ମନ୍ଦିରର ନାମ ବିଜଲି ମହାଦେବ ମନ୍ଦିର ପଛରେ ଏକ ଗଭୀର ରହସ୍ୟ ଲୁଚି ରହିଛି। ବହୁ ବର୍ଷ ପୂର୍ବେ ଘଟିଥିବା ଏକ ଘଟଣା ଆଧାରରେ ଏଠାରେ ବିଜଲି ମହାଦେବ ନାମକ ଏକ ମନ୍ଦିର ନିର୍ମାଣ କରାଯାଇଥିଲା।

ଏହା ବେଶ୍‌ ରହସ୍ୟମୟ। ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି। ପ୍ରତି ୧୨ ବର୍ଷରେ ଥରେ ଠିକ୍‌ ଏହି ମନ୍ଦିର ଉପରେ ବଜ୍ରପାତ ହୋଇଥାଏ। ଏହା ପରେ ମଧ୍ୟ ମନ୍ଦିରର କୌଣସି କ୍ଷତି ହୋଇନଥାଏ।

ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ମନ୍ଦିର ଯେଉଁ ଘାଟି ଉପରେ ଥିଲା ସେଠାରେ ଏକ ସାପ ବାସ କରୁଥିଲା। ଯାହାକୁ ଭଗବାନ ଶଙ୍କର ମାରିଥିଲେ। ଏହାପରେ ଏଠାରେ ବଜ୍ରପାତ ହୋଇଥିଲା। ଫଳରେ ଶିବଲିଙ୍ଗ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଏହା ଦେଖି ପୂଜାରୀ ଶିବଲିଙ୍ଗ ଉପରେ ମାର୍ବଲର ଆବରଣ ଦେଇଥିଲେ। ଯାହାଦ୍ୱାରା ଭଗବାନ ଶଙ୍କରଙ୍କୁ ଆଶ୍ୱସ୍ତି ମିଳିଥିଲା।

ଲୋକକଥା ଅନୁଯାୟୀ, କୁଲାନ୍ତ ନାମକ ଏକ ଦୈତ୍ୟ ନିଜ ଶକ୍ତିର ଆଧାରରେ ସାପର ରୂପ ଧାରଣ କରି ନେଉଥିଲା। ଏହି ଦୈତ୍ୟ ଏକଦା ସାପ ରୂପ ଧାରଣ କରି ମଥାଣ ଗାଁ ନିକଟ ବ୍ୟାସ ନଦୀରେ ଏପରି ବସିଗଲା ଯେ ନଦୀର ପ୍ରବାହ ରହିଗଲା। ଓ ସେହି ସ୍ଥାନରେ ହିଁ ପାଣି ବଢିବାକୁ ଲାଗିଲା। ଏହାଦେଖି ଶଙ୍କର ଦେବ କ୍ରୋଧିତ ହୋଇ ଏକ ମାୟା ରଚନା କଲେ। ଶଙ୍କର ଦୈତ୍ୟ ନିକଟକୁ ତା’ ଲାଞ୍ଜରେ ନିଆଁ ଲାଗି ଯାଇଥିବା କହିଲେ। ଏହାଶୁଣି ସେ ପଛକୁ ମୁହଁ କରିବା ମାତ୍ରେ ମହାଦେବ ତାକୁ ତ୍ରିଶୁଳରେ ପ୍ରହାର କରି ତା’ର ବଦ୍ଧ କରିଥିଲେ।ଏହି ଦୈତ୍ୟର ବିଶାଳକାୟ ଶରୀର ପାହାଡ଼ରେ ପରିବର୍ତନ ହୋଇଗଲା। ଯାହାକୁ କୁଲ୍ଲୁ ପାହାଡ଼ ବୋଲି କୁହାଯାଏ। କଥା ଅନୁସାରେ ଭଗବାନ ଶଙ୍କର ଦୈତ୍ୟର ବଦ୍ଧ କରିବା ପରେ ଇନ୍ଦ୍ରଙ୍କୁ କହିଥିଲେ ପ୍ରତି ୧୨ ବର୍ଷକୁ ଥରେ ଏଠାରେ ବଜ୍ରପାତ କରିବାକୁ। ଭଗବାନ ଏପରି କରିବା ପାଇଁ କହିବାର କାରଣ ହେଉଛି , କୌଣସି ଜନ-ଧନର କ୍ଷତି ନହେବା ପାଇଁ। ଭଗବାନ ନିଜେ ବଜ୍ରପାତର ପ୍ରଭାବକୁ ସହ୍ୟ କରି ନିଜ ଭକ୍ତଙ୍କର ରକ୍ଷା କରୁଥିବା ଲୋକ ବିଶ୍ୱାସ ରହିଛି ।

ଏହାର ଫଳ ସ୍ଵରୂପ ଏହି ମନ୍ଦିରରେ ପ୍ରତି ୧୨ ବର୍ଷକୁ ଥରେ ଭୟଙ୍କର ବଜ୍ରପାତ ହୋଇଥାଏ। ବଜ୍ରପାତ କାରଣରୁ ମନ୍ଦିରର ଶିବଲିଙ୍ଗ ଖଣ୍ଡିତ ହୋଇଯାଏ ବୋଲି କୁହାଯାଏ। ଏହାପରେ ପ୍ରଭୁଙ୍କ ପୀଡା ଦୂର କରିବା ପାଇଁ ମନ୍ଦିରର ପୂଜାରୀ ଔଷଧ ସ୍ୱରୂପ ଖଣ୍ଡିତ ଶିବଲିଙ୍ଗରେ ଲହୁଣୀ ଲଗାଇଥାଆନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *