ମୁମ୍ବାଇ: ବଲିଉଡର ମଲ୍ଟି ଟ୍ୟାଲେଣ୍ଟେଡ୍ ଆକ୍ଟର ନାନା ପାଟେକରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବିଗିଡ଼ିବାରେ ଲାଗିଛି । ସେ ଏକାଧିକ ରୋଗରେ ଆକ୍ରାନ୍ତ । ଏକ ଫିଲ୍ମର ସୁଟିଂବେଳେ ତାଙ୍କ ଶରୀର ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସୁଟିଂ ବନ୍ଦ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନିକଟରେ ଏକ ସାକ୍ଷାତକାରରେ ଏନେଇ କହିଛନ୍ତି ।
ନାନା ପାଟେକର କହିଛନ୍ତି ଯେ, ଧୂମ୍ରପାନ କରିବା ଯୋଗୁ ତାଙ୍କ ସ୍ୱାଶକ୍ରିୟାରେ ବାଧା ସୃଷ୍ଟି ହେଉଥିଲା । କେବଳ ସେ ନୁହଁନ୍ତି ତାଙ୍କ ପୁଅ ମଧ୍ୟ ଧୂମ୍ରପାନ କରିବା ଯୋଗୁ ରୋଗାକ୍ରାନ୍ତ ହୋଇପଡ଼ିଛନ୍ତି । ଯେତେବେଳେ ଦେହ ଖରାପର କାରଣ ଧୁମ୍ରପାନ ବୋଲି ଜାଣିଲେ ଠିକ୍ ତା ପରେ ସେ ସ୍ମୋକିଂ ଛାଡ଼ିଦେଇଥିବା କହିଥିଲେ । ନାନା ପାଟେକର କାର୍ଡିଓମାୟୋପାଥି ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି ରୋଗରେ ହୃତପିଣ୍ଡରୁ ରକ୍ତ ଅନ୍ୟ ଅଙ୍ଗକୁ ଯିବାରେ ବାଧା ସୃଷ୍ଟି ହୋଇଥାଏ । କେବଳ ଧୂମ୍ରପାନ ନୁହେଁ ହୃଦରୋଗ ସଂକ୍ରାନ୍ତୀୟ ରୋଗର ଔଷଧ ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳେ ।
ମାତ୍ରାଧିକ ଔଷଧର ସେବନ ଦ୍ୱାରା ହୃତପିଣ୍ଡ କାମ କରିବାରେ ସମସ୍ୟା ଦେଖିବାକୁ ମିଳେ ବୋଲି ଡାକ୍ତର କୁହନ୍ତି । ଏହି ରୋଗରେ ବେଶୀ ଥକା ଲାଗିଥାଏ, ଏହାବ୍ୟତୀତ ଗୋଡ଼ ଫୁଲିବା ସହ ଦରଜ ମଧ୍ୟ ହୁଏ । ଶୋଇଲାବେଳେ ଅସୁବିଧା ସାଙ୍ଗକୁ ମୁଣ୍ଡ ବୁଲାଇବା ଏ ରୋଗର ଲକ୍ଷଣ । କେବଳ ଧୂମ୍ରପାନ ନୁହେଁ ଅତ୍ୟଧିକ ମଦ୍ୟପାନ ଦ୍ୱାରା ମଧ୍ୟ କାର୍ଡିଓମାୟୋପାଥି ହେବାର ଆଶଙ୍କା ରହିଛି ।