ମଞ୍ଚରୁ ଅତନୁଙ୍କ ଦମ୍ଭୋକ୍ତି, ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ!

ପୁଣି ଥରେ ନବୀନ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି ଓଡ଼ିଶାର ଲୋକେ ବୋଲି ଭରା ସଭାରେ କହିଛନ୍ତି ଅତନୁ ସବ୍ୟସାଚୀ ନାୟକ। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସଭାରେ ଥାଇ ଉପସ୍ଥିତ ଥିବା ଲୋକଙ୍କୁ ଗଣତି ମଧ୍ୟ ବୁଝାଇଛନ୍ତି ଅତନୁ। ସେ କହିଛନ୍ତି, ଆମର ୫୧ ଓ କଂଗ୍ରେସ ୧୪ ଏବଂ ସ୍ୱାଧୀନର ୩ ବିଧାୟକଙ୍କ ସମର୍ଥନ ଅଛି। ଆଉ ମାତ୍ର ୮-୧୦ ବିଧାୟକ ଦରକାର ।


ଅତନୁଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ୭-୮ ଜଣ ବିଧାୟକ ଗଲେ କ’ଣ ହୋଇଯିବ, ବରଂ ବିଜେଡିର ୨୭ଜଣ ବିଧାୟକ ବିଜେପି ଯୋଗାଯୋଗରେ ଅଛନ୍ତି। ଏହା ସହ ସରୋଜ କହିଛନ୍ତି, ୩ ଦିନ ତଳେ ୨୭ ବିଜେଡି ବିଧାୟକ ଏକାଠି ହୋଇଥିଲେ। ସେମାନେ ବିଜେପି ଆସିବା ପାଇଁ ଯୋଗାଯୋଗରେ ଅଛନ୍ତି।


ଅନ୍ୟପଟେ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛିନ୍ତି, ବର୍ତ୍ତମାନ ସୁଦ୍ଧା ବିଜେଡି ସହ ଆମର ମେଣ୍ଟ ହୋଇନାହିଁ। ଯଦି ସେମାନେ ଆମ ସହ ମେଣ୍ଟ କରିବାକୁ ଚାହାନ୍ତି, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ। ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁନା ଖାନ୍ ଓ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ସରକାର ଗଢିବାକୁ ଦମ୍ଭୋକ୍ତି ଦେଖାଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *