ପୁଣି ଅଡ଼ୁଆରେ ସାଉଥ ଅଭିନେତ୍ରୀ

ଚେନ୍ନାଇ: ଅଡ଼ୁଆରେ ସାଉଥ ଅଭିନେତ୍ରୀ ନୟନତାରା। କିଛି ଦିନରେ ସାଉଥଷ୍ଟାର ଧନୁଷଙ୍କ ସହ ଫିଲ୍ମକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏବେ ପୁଣି ବିବାଦରେ ଫସିଛନ୍ତି ନୟନତାରା। ନେଟଫ୍ଲିକ୍ସରେ ଲେଡି ସୁପରଷ୍ଟାର ନୟନତାରାଙ୍କ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିଅଣ୍ଡ୍ ଦ ଫେରିଟେଲ୍‌’ ଷ୍ଟ୍ରିମ୍ ହେଉଛି। ଯାହାକୁ ନେଇ ସେ ଏକ ଆଇନଗତ ବିବାଦରେ ଛନ୍ଦି ହୋଇଛନ୍ତି।

‘ଚନ୍ଦ୍ରମୁଖୀ’ର ନିର୍ମାତାମାନେ ମଧ୍ୟ ସେମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି। କାରଣ ତାଙ୍କ ଡକ୍ୟୁମେଣ୍ଟାରୀରେ ୨୦୦୫ ବ୍ଲକବଷ୍ଟର ଫିଲ୍ମର ଫୁଟେଜ୍ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଗତ ବର୍ଷ ଧନୁଷ ଅଭିନେତ୍ରୀଙ୍କ ଡକ୍ୟୁମେଣ୍ଟାରୀର ଏକ କ୍ଲିପକୁ ନେଇ ମଧ୍ୟ ଆଇନଗତ ନୋଟିସ୍ ପଠାଇଥିଲେ।

ଖବର ଅନୁଯାୟୀ ନିର୍ମାତାମାନେ ଉଭୟ ନୟନତାରା ଏବଂ ନେଟଫ୍ଲିକ୍ସକୁ ଏକ ଆଇନଗତ ନୋଟିସ୍ ଜାରି କରିଛନ୍ତି। ଚନ୍ଦ୍ରମୁଖୀଙ୍କ ଏକ କ୍ଲିପକୁ ନେଇ ବିବାଦ ଉପୁଜିଛି।ତେବେ ଏହି କ୍ଲିପ୍ ଡକ୍ୟୁମେଣ୍ଟାରୀରେ ବିନା ଅନୁମତିରେ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ସେମାନେ ଅଭିନେତ୍ରୀ ଏବଂ ଓଟିଟି ପ୍ଲାଟଫର୍ମ ଉପରେ ୫ କୋଟି ଟଙ୍କାର ଆଇନଗତ ନୋଟିସ୍ ପଠାଇଛନ୍ତି। ଅପରପକ୍ଷରେ ଏନେଇ ନୟନତାରା ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଇନାହାଁନ୍ତି।

ସେପଟେ ଶିବାଜୀ ପ୍ରଡକ୍ସନ ହାଉସ ପକ୍ଷରୁ ଏକ ଲେଟର ଜାରି ହୋଇଛି। ଏହି ଖବର ସମ୍ପୃର୍ଣ୍ଣ ମିଛ ବୋଲି ଉଲ୍ଲେଖ ରହିଛି। କେହି ଭୁଲ ଖବର ପରିବେଷଣ କରିଥିବା କୁହାଯାଇଛି। ଏଭଳି କିଛି ଘଟିନାହିଁ ବୋଲି ସେଥିରେ ଲେଖାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *