ନୟନତାରା- ଧନୁଷ ମୁହାମୁହିଁ, ୧୦ କୋଟି ଟଙ୍କା କ୍ଷତି ପୂରଣ ପାଇଁ ନୋଟିସ୍‌

ଦକ୍ଷିଣ ଭାରତର ଦୁଇ ବଡ଼ ସୁପରଷ୍ଟାର ମୁହାଁମୁହିଁ। ଲେଡି ସୁପରଷ୍ଟାର ନୟନତାରା, ଧନୁଷଙ୍କ ମଧ୍ୟରେ ବଢ଼ିଲା ବିବାଦ। ନେଟଫ୍ଲିକ୍ସରେ ରିଲିଜ ହେବାକୁ ଥିବା ଏକ ସିରିଜକୁ ନେଇ କଥା ଥାନାକୁ ଗଲାଣୀ। ନୟନତାରାଙ୍କ ବ୍ୟକ୍ତିଗତ ଜୀବନକୁ ନୟନତାରା ବିୟଣ୍ଡ ଦ ଫେୟରୀଟେଲ ଭାବେ ରିଲିଜ କରାଯାଉଛି। ଏଥିରେ ନିଜର ଫିଲ୍ମ ‘ନାନମ ରାଉଡ଼ି ଧାନ’ କ୍ଲିପିଂ ଥିବା ଅଭିଯୋଗ କରିଛନ୍ତି ଧନୁଷ। ଏନେଇ ସେ ୧୦ କୋଟି ଟଙ୍କା କ୍ଷତି ପୂରଣ ମାଗିବା ସହ କ୍ଷମା ପ୍ରାର୍ଥନା ପାଇଁ ମାମଲା ରୁଜୁ କରିଛନ୍ତି। ଘଟଣାର ଦିନକ ପରେ ସୋସିଆଲ ମିଡିଆରେ ଏକ ଖୋଲା ଚିଠି ଲେଖିଛନ୍ତି ନୟନତାରା। ଧନୁଷ ନିଜେ ଜଣେ ବଡ଼ ଷ୍ଟାର ତାଙ୍କ ପରିବାର ସଦସ୍ୟ ବି ସିନେମା ସହ ଜଡ଼ିତ। ତଥାପି ଏତେ ଛୋଟ କଥା ପାଇଁ ସେ ମାମଲା ରୁଜୁ କଲେ ବୋଲି ସେ ଆଶ୍ଚର୍ଯ୍ୟ ବୋଲି ଚିଠିରେ ଲେଖିଛନ୍ତି। ଫିଲ୍ମ ପାଇଁ ସେ ଗୀତର କିଛି କ୍ଲିପ୍ ବ୍ୟବହାର କରିବା ପାଇଁ ଧନୁଷଙ୍କ ସହ ବାରମ୍ବାର ଯୋଗା ଯୋଗ କରୁଥିଲେ ହେଲେ ତାଙ୍କ ଆଡ଼ୁ କୌଣସି ଉତ୍ତର ନଆସିବାରୁ ବାଧ୍ୟ ହୋଇ ସବୁ ସିନ୍ କାଟି ଦେଇଥିବା ନୟନତାରା ଚିଠିରେ ଲେଖିଛନ୍ତି।

ସୂଚନା ରହିଛି ନୟନତାରାର ଓପନିଂ ନେଟଫ୍ଲିକ୍ସ ଡକ୍ୟୁମେଂଟରୀର ଟ୍ରେଲରେ ଫିଲ୍ମ ରା ନାନୁମ ରାଉଡି ଧାନର ୩ ସେକେଣ୍ଡର ବିଟିଏସ କ୍ଲିପର ବ୍ୟବହାର ହୋଇଥିଲା ଯାହା ପାଇଁ ଧନୁଷ ୧୦ କୋଟି ଟଙ୍କା ଲିଗାଲ ନୋଟିସ ନୟନତାର ଏବଂ ତାଙ୍କ ସ୍ୱାମୀ ବିଗ୍ନେଶ ଶିବନଙ୍କୁ ପଠାଇଥିଲେ। କିନ୍ତୁ ନୟନତାରା ତାଙ୍କ ଖୋଲା ଚିଠିରେ ଏହି କ୍ଲିପ ବ୍ୟବହାର କରିନଥିବା କହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *