ଇରାନ ଆକ୍ରମଣ ଭୟରେ ବଙ୍କରରେ ରହୁଛନ୍ତି ନେତାନ୍ୟାହୁ

ଜେରୁଜେଲମ୍‌: ଇରାନର ଆକ୍ରମଣ ଭୟରେ ବଙ୍କରରେ ରହୁଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତଳ ମହଲାର ଏକ ଶକ୍ତିଶାଳୀ ବେସମେଣ୍ଟ୍ ବଙ୍କରରେ ଅଧିକାଂଶ ସମୟ କାମ କରୁଛନ୍ତି।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇରାନର ଆକ୍ରମଣକୁ ଭୟ କରୁଛନ୍ତି। ସେ ଏବେ ସବୁବେଳେ ବଙ୍କରରେ ରହୁୁଛନ୍ତି। ଗତ ମାସରେ ସିଜେରିୟାରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ହେଜବୁଲ୍ଲା ଡ୍ରୋନ୍ ଆକ୍ରମଣ ପରେ ତାଙ୍କୁ ଏହି ସୁରକ୍ଷିତ ବେସମେଣ୍ଟ୍ ବ୍ୟବହାର କରିବାକୁ କୁହାଯାଇଛି। ଏହା ସହିତ କେତେକ ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଅକ୍ଟୋବର ୧୯ରେ ହେଜବୁଲ୍ଲା ଡ୍ରୋନ୍ ପଠାଇଥିଲା,ସେଥିମଧ୍ୟରୁ ସିଜେରିୟାରେ ନେତାନ୍ୟାହୁଙ୍କ ଘର ନିକଟରେ ବିସ୍ଫୋରଣ ହୋଇଥିଲା। ଡ୍ରୋନ୍ ତାଙ୍କ ଶୋଇବା ଘରର ଝରକା ଭାଙ୍ଗି ଦେଇଥିଲା । ହେଲେ ଏହାଭିତରକୁ ପ୍ରବେଶ କରିବାରେ ସକ୍ଷମ ହୋଇ ପାରି ନ ଥିଲା, ଯେଉଁ କାରଣରୁ ବହୁ କ୍ଷୟକ୍ଷତି କମ୍ ହୋଇଥିଲା। ତେବେ ଆକ୍ରମଣ ସମୟରେ ନେତାନ୍ୟାହୁ ଘରେ ନ ଥିଲେ। ଏହା ସହିତ ନଭେମ୍ବର ୨୬ରେ ହେବାକୁ ଥିବା ନେତାନ୍ୟାହୁଙ୍କ ପୁଅ ଅୱନର ନେତାନ୍ୟାହୁଙ୍କ ବିବାହ ପରବର୍ତ୍ତୀ ତାରିଖକୁ ସ୍ଥଗିତ ରଖାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *