ନୀତା ଅମ୍ବାନୀଙ୍କୁ ‘ବ୍ରାଣ୍ଡ ଇଣ୍ଡିଆରେ ଉଲ୍ଲେଖନୀୟ ଅବଦାନ’ ସମ୍ମାନ

ନୂଆଦିଲ୍ଲୀ : ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ନୀତା ଅମ୍ବାନୀଙ୍କୁ ‘ବ୍ରାଣ୍ଡ ଇଣ୍ଡିଆରେ ଉଲ୍ଲେଖନୀୟ ଅବଦାନ’ ସମ୍ମାନ । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ନୀତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଗତ ୭ ତାରିଖରେ ମୁମ୍ୱାଇରେ ଆୟୋଜିତ ହୋଇଥିଲା ଇଣ୍ଡିଆ ବିଜନେସ୍ ଲିଡର ପୁରସ୍କାର (ଆଇବିଏଲ୍‌ଏ) ୨୦୨୪ର ୨୦ତମ ସଂସ୍କରଣ । ଏହି ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୀତାଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଏବଂ ବୋହୂ ରାଧିକା ବି ଉପସ୍ଥିତ ଥିଲେ।

ପୁରସ୍କାର ଗ୍ରହଣ କରିବା ପରେ ନୀତା କହିଛନ୍ତି ଯେ, ମହିଳାମାନେ ଭାରତର ବିକାଶ ଗାଥାକୁ ଆଗକୁ ନେବା ସହ ନିଜ ନେତୃତ୍ୱ ମାଧ୍ୟମରେ ଏହାକୁ ପୁଣି ଥରେ ପରିଭାଷିତ କରିବେ। ମୁଁ ଏଭଳି ଏକ ରାଷ୍ଟ୍ରର ସ୍ୱପ୍ନ ଦେଖୁଛି ଯାହା ସାହସ, ପ୍ରତିଭା, ରଚନାତ୍ମକତା ସହ ଦୁନିଆର ନେତୃତ୍ୱ ନେବ। ଏହି ଦଶନ୍ଧି କେବଳ ଭାରତର, ଏବଂ ମହିଳାମାନଙ୍କର ବୋଲି ମୋର ଦୃଢ ବିଶ୍ୱାସ। କାର୍ଯ୍ୟ, ଭକ୍ତି, ଜ୍ଞାନ, ମାତୃତ୍ୱ, ନେତୃତ୍ୱ, କରୁଣା ଏବଂ ସ୍ଥିରତା ପଥରେ ଚାଲୁଥିବା ପ୍ରତ୍ୟେକ ମହିଳାଙ୍କୁ ମୁଁ ଏହି ପୁରସ୍କାର ଉତ୍ସର୍ଗ କରୁଛି। କ୍ରୀଡା, ବାଣିଜ୍ୟ, ଶିକ୍ଷା, ଏବଂ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ନୀତା ଅମ୍ୱାନୀ ବୈଶ୍ୱିକ ମଞ୍ଚରେ ଭାରତର ସ୍ଥାନ ଉଚ୍ଚା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *