ମଞ୍ଚରୁ ଉଠି ମୋଦିଙ୍କ ପାଦ ଛୁଇଁଲେ ନୀତିଶ,ଭିଡ଼ିଓ ଭାଇରାଲ

ପାଟନା: ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିହାରର ଦରଭଙ୍ଗାଠାରେ ରାଜ୍ୟର ଦ୍ୱିତୀୟ ଏମ୍ସର ଶିଳାନ୍ୟାସ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାଷଣ ଦେଉଥିବାବେଳେ ହଠାତ୍ ପାଦ ଛୁଇଁଲେ ନୀତୀଶ କୁମାର। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସମେତ ଜେଡିୟୁ ଓ ଭାଜପାର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ୱିତୀୟ ଏମ୍ସର ଶିଳାନ୍ୟାସରେ ଅତ୍ୟଧିକ ଖୁସି ହୋଇ ନୀତିଶ ସିଧା ଯାଇ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିବା ଜଣାଯାଇଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ନିକଟରେ ବିହାରରେ ଦ୍ୱିତୀୟ ଏମ୍ସର ଶିଳାନ୍ୟାସ କରିଛନ୍ତି। ଦରଭଙ୍ଗାଠାରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେଉଥିବାରୁ ମୋଦିଙ୍କୁ ନିଜ ଭାଷଣରେ ଦୀର୍ଘ ସମୟ ଧରି ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ। ଏହାପରେ ଭାଷଣ ଶେଷ କରିବା ପରେ ସେ ନିଜ ଆସନକୁ ଫେରୁଥିଲେ। ଏହି ସମୟରେ ନୀତିଶ ମୋଦିଙ୍କ ନିକଟକୁ ଆସି ତାଙ୍କ ପାଦ ଛୁଇଁବାକୁ ଯାଇଥିଲେ। ମୋଦି ସଙ୍ଗେ ସଙ୍ଗେ ଛିଡ଼ା ହୋଇ ନୀତୀଶ କୁମାରଙ୍କ ଦୁଇ ହାତ ଧରି ଅଭିବାଦନ ଜଣାଇଥିଲେ। ଏହି ଦୃଶ୍ୟ ଦେଖି ମଞ୍ଚରେ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ହସିବା ସହ ଜୋରରେ କରତାଳି ଦେଇଥିଲେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନୀତିଶ ନିଜ ଭାଷଣରେ ଉଦଘାଟନ ବୋଲି ମଧ୍ୟ କହିଦେଇଥିଲେ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁବାର ଏହା ପ୍ରଥମ ଦୃଶ୍ୟ ନୁହେଁ, ଏହା ପୂର୍ବରୁ ମଧ୍ୟ ଏକାଧିକ ଥର ନୀତିଶ କୁମାର ବିଭିନ୍ନ ସଭା ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିବା ନଜିର ରହିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *