ସରଗରମ ହେଲାଣି ବିହାର ରାଜନୀତି: ଲାଲୁଙ୍କ ଅଫରକୁ ପ୍ରତ୍ୟାଖାନ କଲେ ନୀତିଶ କୁମାର

ପାଟ୍‌ନା: ବିହାର ରାଜନୀତି ଏବେ ପୁରା ସରଗରମ। ବିହାରର ମୁଖ୍ୟମନ୍ତ୍ରୀ ଏନଡିଏ ଛାଡୁଥିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଏହାରି ଭିତରେ ଆରଜେଡି ନେତା ଲାଲୁପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅଫର ଦେଇଛନ୍ତି । ହେଲେ ନୀତିଶ ତାଙ୍କ ଅଫରକୁ ପ୍ରତ୍ୟାଖାନ କରିଦେଇଛନ୍ତି । ନୀତିଶଙ୍କ ପାଇଁ ଆମ ଦ୍ୱାର ସବୁବେଳେ ଖୋଲା । ସେ ଚାହିଁଲେ ଆସିପାରିବେ। ନୀତିଶ କୁମାର ଆମକୁ ଛାଡି ପଳାଇଥିଲେ ମଧ୍ୟ ଆମେ ତାଙ୍କୁ କ୍ଷମା କରିଛୁ ବୋଲି କହିଛନ୍ତି ଲାଲୁ ।

ନୀତିଶ କହିଛନ୍ତି ଯେ, ତାଙ୍କର ଦଳ ବଦଳାଇବାର କୌଣସି ଯୋଜନା ନାହିଁ। ତେବେ ପୂର୍ବରୁ ଦଳ ବଦଳାଇବା ନେଇ ନୀତିଶଙ୍କ ନାଁରେ ରେକର୍ଡ ରହିଛି । ବର୍ଷ ଆରମ୍ଭରୁ ହିଁ ନୀତିଶ ଦଳ ବଦଳାଇ ଦିଅନ୍ତି । ବାରମ୍ୱାର ଏମିତି କରିବାର ରେକର୍ଡ ପାଇଁ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି । ତେଣୁ ଲାଲୁ ଯାଦବଙ୍କ ଅଫର ପରେ ନୀତିଶ ଏନଡିଏ ଛାଡୁଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସେପଟେ କିଛିଦିନ ହେବ ନୀତିଶ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖୁଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଧନରେ ଶେଷ ଦର୍ଶନ ଲାଗି ପହଞ୍ଚିଥିଲେ ନୀତିଶ । ଏହି ସମୟରେ ମନମୋହନଙ୍କ ପରିବାର ସହ ଅନେକ କଂଗ୍ରେସ ନେତାଙ୍କୁ ଭେଟିଥିଲେ । କିନ୍ତୁ ଏନଡିଏର ନେତାଙ୍କ ସହ ସେମିତି ନଜରକୁ ଆସି ନ ଥିଲେ । ପୂର୍ବରୁ ଦିଲ୍ଲୀରେ ଅମିତ ଶାହ ଡାକିଥିବା ବୈଠକରେ ମଧ୍ୟ ସାମିଲ ହୋଇ ନ ଥିଲେ ନୀତିଶ । ଯେହେତୁ କେନ୍ଦ୍ର ସରକାରରେ ନୀତିଶଙ୍କ ସମର୍ଥନ ରହିଛି ତେଣୁ ସେ ନଯିବା ରାଜନୀତିକୁ ଆହୁରି ସରଗରମ କରିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *