ଶନିବାର ସକାଳୁଆ ପରିବର୍ତ୍ତେ ପୂର୍ବାହ୍ନ ୧୦ଟାରେ ଖୋଲିବ ସ୍କୁଲ

କୋରାପୁଟ: ଆଉ ହେବନି ଶନିବାର ସକାଳୁଆ ସ୍କୁଲ । ଏପରି ନିଷ୍ପତ୍ତି ନେଇଛନ୍ତି ଜିଲା ଶିକ୍ଷା ବିଭାଗ । ପ୍ରବଳ ଶୀତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ଶିକ୍ଷା ବିଭାଗ ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି । ୨୦୨୫ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଶନିବାର ସକାଳୁଆ ସ୍କୁଲ ହେବ ନାହିଁ । ପୂର୍ବାହ୍ନ ୧୦ଟାରେ ସ୍କୁଲ ଖୋଲିବ ବୋଲି ଶକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି।

କିଛି ଦିନ ହେବ ବିଭିନ୍ନ ଜିଲାରେ ଶୀତ ଅନୁଭବ ହୋଇଛି । ହେଲେ କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ଅସହ୍ୟ ଶୀତ ହେଉଛି । ତାପମାତ୍ରା ଦିନକୁ ଦିନ ତଳ ମୁହାଁ ହେଉଛି । ଅସହ୍ୟ ଶୀତ ଯୋଗୁଁ ପାଣିରେ ହାତ ଦେବା ମଧ୍ୟ କଷ୍ଟକର ହୋଇପଡୁଛି । ଶୀତ ଯୋଗୁଁ ଲୋକେ ସକାଳୁ ଘରୁ ବାହାରିବାକୁ ଭୟ କରୁଛନ୍ତି । ଗରିବ ଲୋକମାନେ କାମଧନ୍ଦା ପାଇଁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ଚାଷୀମାନେ ମଧ୍ୟ ଚାଷ କାମରେ ଘରୁ ବାହାରି ପାରୁ ନାହାନ୍ତିି । ସନ୍ଧ୍ୟା ହେଲେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ଅପରାହ୍ନ ୪ଟା ପରଠାରୁ ଶୀତ ବୃଦ୍ଧି ପାଇବା ସହ ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଥରାଉଛି। ବାହାରେ କାକର ପଡୁଥିବାରୁ ଜାଡ଼ ଅଧିକ ଅନୁଭୂତ ହେଉଛି। ଶୀତରୁ ମୁକ୍ତି ପାଇବା ପାଇଁ ସବୁଠି ଲୋକେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ।

ଶୀତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଶନିବାର ସକାଳ ପରିବର୍ତ୍ତେ ପୂର୍ବାହ୍ନ ୧୦ଟାରେ ସ୍କୁଲ ଖୋଲିବ ବୋଲି ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଆସନ୍ତା ଶନିବାରଠାରୁ ଏହି ନିୟମ ଲାଗୁ କରାଯିବ। ୨୦୨୫ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଶନିବାର ସକାଳୁଆ ସ୍କୁଲ ହେବ ନାହିଁ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *