ଆଇପିଏଲ୍‌-୨୦୨୫: ଏହି ଷ୍ଟାର ଖେଳାଳିଙ୍କୁ କିଣିଲେନି କୌଣସି ଟିମ୍‌

ନୂଆଦିଲ୍ଲୀ: ରବିବାର ଆଇପିଏଲ୍‌-୨୦୨୫ ପାଇଁ ମେଗା ନିଲାମୀ ଆରମ୍ଭ ହୋଇଛି। ଆଇପିଏଲ୍‌-୨୦୨୫ ସିଜିନ୍ ମେଗା ନିଲାମୀରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଯାଇଛି। ଋଷଭ ପନ୍ତ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୭ କୋଟି ଟଙ୍କାରେ କିଣିଛି । ସେହିପରି ଶ୍ରେୟସ୍ ଆୟରଙ୍କୁ ଦିଲ୍ଲୀ ୨୬.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ଏହି ନିଲାମିରେ ଅନେକ ଷ୍ଟାର ଖେଳାଳି ବାଦ ପଡ଼ିଛନ୍ତି । ସେମାନଙ୍କୁ କୌଣସି ଟିମ୍ କିଣି ନାହାନ୍ତି ।

ତେବେ ଏହି ନିଲାମୀରେ ଅନେକ ଷ୍ଟାର ଖେଳାଳିଙ୍କୁ କ୍ରେତା ମିଳିନାହାନ୍ତି। ଅର୍ଥାତ ସେମାନଙ୍କୁ କିଣିବାକୁ କୌଣସି ଟିମ୍ ଆଗ୍ରହ ଦେଖାଇ ନାହାନ୍ତି। ଏଥିରେ ସବୁଠାରୁ ବଡ଼ ନାଁ ହେଉଛି ଅଷ୍ଟ୍ରେଲିଆର ଡେଭିଡ ୱାର୍ନର। ତାଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା। କେହି ଆଶା କରୁ ନ ଥିଲେ କି ୱାର୍ନରଙ୍କୁ କୌଣସି ଟିମ୍ କିଣିବେ ନାହିଁ। ସେହିପରି ଇଂଲଣ୍ଡର ଉଇକେଟ କିପର ବ୍ୟାଟର ଜନି ବେୟାରଷ୍ଟୋ ଏବଂ ଭାରତୀୟ ଯୁବ ବ୍ୟାଟର ଦେବଦତ୍ତ ପାଡିକଲ, ୟଶ ଧୂଲ, ଅନମୋଲପ୍ରୀତ ସିଂହ, କାର୍ତ୍ତିକ ତ୍ୟାଗୀଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି। ସେମାନଙ୍କୁ ମଧ୍ୟ କୌଣସି ଟିମ୍ କିଣି ନାହାନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *