ସାରା ଦେଶରେ ବନ୍ଦ ହେଲା ପୁରୁଣା ୫ ଟଙ୍କିଆ କଏନ୍

ନୂଆଦିଲ୍ଲୀ: ସାରା ଦେଶରେ ବନ୍ଦ ହେଲା ପୁରୁଣା ୫ ଟଙ୍କିଆ କଏନ । ଏହି ପୁରୁଣା କଏନକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଚାନକ ବନ୍ଦ କରି ଦେଇଛି । ହଠାତ୍ କ’ଣ ପାଇଁ ୫ ଟଙ୍କିଆ କଏନ ବନ୍ଦ କଲା, ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ । ଜାଣିବାକୁ ମିଳିଛି ଯେ, ପୁରୁଣା ୫ ଟଙ୍କିଆ କଏନକୁ ବାଂଲାଦେଶକୁ ବେଆଇନ ଭାବେ ଚାଲାଣ ହେଉଥିଲା । ଏଥିସହିତ ପୁରୁଣା କଏନକୁ ତିଆରି ପାଇଁ ଅନେକ ଧାତୁର ଉପଯୋଗ କରାଯାଉଥିଲା । ଉକ୍ତ ଧାତୁର ଉପଯୋଗ୍ୟ ଅନ୍ୟ ଉତ୍ପାଦ ଯେପରିକି ବ୍ଲେଡ ତିଆରିରେ ବି ଆବଶ୍ୟକ ହେଉଥିଲା । ସେଥିପାଇଁ ଉକ୍ତ କଏନକୁ ବାଂଲାଦେଶକୁ ଚୋରା ଚାଲାଣ କରାଯାଉଥିଲା । ତେଣୁ ପୁରୁଣା ୫ ଟଙ୍କିଆ କଏନ ତସ୍କରୀକୁ ରୋକିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା ।

ବାଂଲାଦେଶକୁ ଏହି କୁଏନ ଚାଲାଣ ହେବା ପରେ ସେଠାରେ ତାହାକୁ ତରଳାଇ ଧାତୁରେ ବ୍ଲେଡ ଭଳି ସାମଗ୍ରୀ ତିଆରି ହେଉଥିଲା । ଗୋଟିଏ କଏନରୁ ୬ଟି ବ୍ଲେଡ୍ ତିଆରି ହେଉଥିଲା । ଫଳରେ ସେମାନେ ତା’ ଦ୍ୱାରା ଅନେକ ଅର୍ଥ ଉପାର୍ଜନ କରିପାରୁଥିଲେ । ଏନେଇ ଆରବିଆଇକୁ ସୂଚନା ମିଳିବା ପରେ ତ୍ୱରିତ ଭାବେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହାପରେ ଉକ୍ତ କଏନର ଉତ୍ପାଦନକୁ ଆରବିଆଇ ରୋକି ଦେଇଥିଲା । ଏହି କାରଣରୁ ବଜାରୁ ଉକ୍ତ ପୁରୁଣା କଏନ୍ ଧୀରେ ଧୀରେ ଗାଏବ୍ ହେବାରେ ଲାଗିଛି । ନୂଆ ୫ ଟଙ୍କିଆ କଏନରେ ଅନେକ ପରିବର୍ତ୍ତନ କରାଯାଇଛି । ତାହା ପୂର୍ବାପେକ୍ଷା ପତଳା ଓ ବଡ଼ ରହିଛି । ଏଥିସହିତ ତାହା ଯେପରି ଦ୍ୱିତୀୟ ବାର ଦୁରୂପଯୋଗ ହୋଇ ନ ପାରିବ, ସେଥିପାଇଁ ସେଥିରେ ବ୍ୟବହୃତ ଧାତୁକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ନୂଆ ୫ ଟଙ୍କିଆ କଏନକୁ ଉପଯୋଗ କରି ଚୋରା ଚାଲାଣକାରୀମାନେ ବ୍ଲେଡ୍ ଭଳି ଜିନିଷ ତିଆରି କରିପାରିବେନି । କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଦେଶର ମୁଦ୍ରାକୁ ଆହୁରି ସୁରକ୍ଷା ପ୍ରଦାନ କରିବା ଦିଗରେ ସହାୟକ ହୋଇ ପାରିବ ବୋଲି କୁହାଯାଇଛି ।

ଆରବିଆଇ ଅନେକ ସମୟରେ ନୂଆ ନୂଆ ମୁଦ୍ରା ବା କଏନ୍ ଜାରି କରିବା ସହ ଅନେକ କଏନକୁ ସବୁଦିନ ପାଇଁ ବନ୍ଦ ମଧ୍ୟ କରିଦେଇଥାଏ । କିଛି ଦିନ ହେବ ପୁରୁଣା ୫ ଟଙ୍କିଆ କଏନ୍ ଆଉ ଦେଖିବାକୁ ମିଳୁ ନ ଥିଲା । ତେଣୁ ବଜାରରେ ଏହି ପୁରୁଣା ୫ ଟଙ୍କିଆ କଏନ୍ ଧୀରେ ଧୀରେ କମିବାରେ ଲାଗିଛି । ଏହି ପୁରୁଣା କଏନର ଓଜନ ୯ ଗ୍ରାମ ହୋଇଥିବା ବେଳେ ତାହାକୁ କପ୍ରୋ-ନିକେଲ ସର୍କୁଲାର କଏନ୍ କୁହାଯାଉଥିଲା । ପୁରୁଣା ୫ ଟଙ୍କିଆ କଏନଠାରୁ ନୂଆ ୫ ଟଙ୍କିଆ କଏନ ଟିକେ ହାଲୁକା ରହିବ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *