ପଞ୍ଚାୟତସ୍ତରରେ କ୍ଷୀର ଧାରା କେନ୍ଦ୍ର ଖୋଲିବ ଓମ୍‌ଫେଡ଼

ଭୁବନେଶ୍ୱର: ଓମଫେଡ୍ ପକ୍ଷରୁ ଆସନ୍ତା ୨ ମାସ ମଧ୍ୟରେ ଆହୁରି ଅଧିକ ୨ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯିବ। ବର୍ତ୍ତମାନ ଓମ୍‌ଫେଡ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଛି । ଏହାକୁ ୭ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ଓମଫେଡ଼ । ଏଥିସହ ଗ୍ରାମାଞ୍ଚଳ ଗ୍ରାହକଙ୍କୁ ଓମ୍‌ଫେଡ ଗୁଣାତ୍ମକ, ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ପଦାର୍ଥ ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତସ୍ତରରେ କ୍ଷୀର ଧାରା କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି।

ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜିଲାର ୨୦ଟି ପଞ୍ଚାୟତରେ ଏହି କ୍ଷୀର ଧାରା ଖୋଲାଯିବ। ଆଗାମୀ ଦିନରେ ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅନ୍ୟ ପଞ୍ଚାୟତରେ ଏହି କେନ୍ଦ୍ର ଖୋଲାଯିବ ଏବଂ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯିବ। ସଂଗୃହୀତ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ନିକଟସ୍ଥ ପ୍ଲାଣ୍ଟକୁ ଯିବ। ଅପରପକ୍ଷେ ସେହିଠାରେ ଓମ୍‌ଫେଡର ସମସ୍ତ ପ୍ରକାର ଉତ୍ପାଦ ବିକ୍ରୟ କରାଯିବ। ଏହା ଦ୍ୱାରା ଉଭୟ ଗ୍ରାହକ ଓ ଦୁଗ୍ଧ ଚାଷୀ ବିଶେଷ ଭାବେ ଉପକୃତ ହେବା ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଓମଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି । ନିକଟରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଓମଫେଡ୍ ଘିଅ ଭୋଗ ଓ ଦୀପରେ ଲାଗି ହେବା ପରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଥିବା ସେ କହିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *