ଗୁଇନିଆ: ଚାଲିଥିଲା ଫୁଟବଲ ମ୍ୟାଚ୍। ଏହି ସମୟରେ ଗ୍ୟାଲେରୀରେ ଫୁଟବଲ ମ୍ୟାଚ ଦେଖିବାକୁ ଭିଡ ଜମିଥିଲା। ଏତିକି ବେଳେ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ। ଗଣ୍ଡଗୋଳ ଏତେ ଭୟଙ୍କର ଥିଲା କି ଶହେରୁ ଅଧିକ ଲୋକଙ୍କ ଗଣ୍ଡଗୋଳରେ ଜୀବନ ଚାଲିଯାଇଛି। ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ଘଟିଛି ଏଭଳି କିଛି ଘଟଣା। ଗଣ୍ଡଗୋଳର ମୁଖ୍ୟ କାରଣ ଥିଲା ରେଫରୀଙ୍କ ଭୁଲ ନିଷ୍ପତି। ଯାହାକୁ ଶୁଣି ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଏହା ପରେ ମ୍ୟାଚ ପଡ଼ିଆ ପାଲଟିଯାଇଥିଲା ହଂସାତ୍ମକ ସଂଘର୍ଷ। ରବିବାର ଗିନି ଜେରିକୋରେ ଏକ ଫୁଟବଲ ମ୍ୟାଚ ଘଟିଛି ଏଭଳି କିଛି ଘଟଣା।
ଏହି ପୂରା ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓଟି କେତେ ସତ ତାହା ସ୍ପଷ୍ଟ ହୋଇନାହିଁ। ରାସ୍ତା ଉପରେ କୁଢ଼ କୁଢ଼ ମୃତଦେହ ପିଡିଥିବା ବେଳେ ଲୋକେ ପରସ୍ପରକୁ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ କ୍ରୋଧିତ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରି ଏନଜେରେକୋର ପୁଲିସ ଷ୍ଟେସନରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ହସ୍ପିଟାଲରେ ଶହଶହ ମୃତଦେହ ପଡ଼ି ରହିଛି। ଶବଗୃହରେ ରଖିବାକୁ ସ୍ଥାନ ନାହିଁ। ଜେରିକୋର ହସ୍ପିଟାଲରେ ମୃତଦେହ ରଖିବାକୁ ଜାଗା ଅଭାବ ପଡ଼ିଥିବା ନେଇ ଜଣେ ଡାକ୍ତର ସୂଚନା ଦେଇଛନ୍ତି।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ୍ ଗିନିର ଜୁଣ୍ଟା ନେତା ମାମାଦି ଡୋମ୍ବୁୟାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଟୁର୍ନାମେଣ୍ଟର ଅଂଶ ଥିଲା। ଯିଏ ୨୦୨୧ରେ ଆକ୍ରମଣ ପୂର୍ବକ କ୍ଷମତା ଦଖଲ କରି ନିଜକୁ ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ।