ଅବିବାହିତମାନଙ୍କ ପାଇଁ କମ୍ପାନୀ ନେଲା ବଡ଼ ନିଷ୍ପତି

ନୂଆଦିଲ୍ଲୀ : ପ୍ରେମୀଯୁଗଳଙ୍କୁ ଓୟୋ ମନା। ଏବେ ଅବିବାହିତ ଯୋଡ଼ି ଓୟୋ ଯାଇପାରିବେନି। କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ମିଳିବ ଓୟୋ ରହିବାକୁ ମିଳିବ ଅନୁମତି। ପ୍ରେମୀ ଯୁଗଳଙ୍କ ପାଇଁ ଓୟୋରେ ନୋ ଏଣ୍ଟ୍ରି। ନୂଆବର୍ଷରେ ଏଭଳି ନୂଆ ନିୟମ ଆଣିଛି ଓୟୋ । ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ ଓୟୋ ଏପରି ନିଷ୍ପତ୍ତି ନେଇଛି । ହୋଟେଲ ବୁକିଂ କମ୍ପାନୀ ଓୟୋ ସହଭାଗୀ ହୋଟେଲ ଗୁଡିକ ପାଇଁ ଚେକ୍ ଇନ୍ ନିୟମରେ ସଂଶୋଧନ କରିଛି ଏବଂ ଚଳିତ ବର୍ଷରୁ ଏହି ନୂତନ ନିର୍ଦ୍ଦେଶାବଳୀ ପ୍ରଣୟନ କରିଛି । ନିର୍ଦ୍ଦେଶାବଳୀ ଅନୁସାରେ ଅବିବାହିତ ଦମ୍ପତିମାନେ ଏବେ ଓୟୋରେ ରହିପାରିବେ ନାହିଁ । ତେବେ ଏହି ନିୟମ ବର୍ତ୍ତମାନ ଉତ୍ତରପ୍ରଦେଶର ମିରଟରେ ଲାଗୁ କରାଯାଇଛି । ପରବର୍ତ୍ତୀ ସମୟରେ ଏହି ବ୍ୟବସ୍ଥାକୁ ଅନ୍ୟାନ୍ୟ ସହରରେ ପହଞ୍ଚାଇବାକୁ କର୍ତ୍ତୁପକ୍ଷ ଯୋଜନା କରିଛି ।

ଓୟୋ ଅପଡେଟ୍ ଗାଇଡଲାଇନରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଅନଲାଇନ୍ ବୁକିଂ କରୁଥିବା ସମସ୍ତ ଦମ୍ପତିଙ୍କୁ ବତ୍ତମାନ ଚେକ୍ ଇନ୍ ସମୟରେ ସେମାନଙ୍କ ସମ୍ପର୍କର ବୈଧ ପ୍ରମାଣ ପ୍ରସ୍ତୁତ କରିବାକୁ ପଡିବ। ରିପୋର୍ଟ ଅନୁସାରେ ଏହା ମଧ୍ୟ କୁହାଯାଇଛି ଯେ କମ୍ପାନୀ ମୀରଟରେ ଏହି ନିୟମ ଲାଗୁ କରିବା ପରେ ଏହାର ମତାମତ ଏବଂ କାର୍ଯ୍ୟକାରିତାକୁ ଆଧାର କରି ଏହାକୁ ଅନ୍ୟ ସହରକୁ ବିସ୍ତାର କରିବ।

ଖବର ଅନୁଯାୟୀ, ମୀରଟ ଓ ଅନ୍ୟ କିଛି ସହରର ସ୍ଥାନୀୟ ଲୋକ ତଥା ସାମାଜିକ ସଂଗଠନ କମ୍ପାନୀ ସହ ଯୋଗାଯୋଗ କରି ଅବିବାହିତ ଯୋଡ଼ିଙ୍କୁ ହୋଟେଲ ରୁମ ନଦେବା ପାଇଁ ଏକ ଆବେଦନ କରିଥିଲେ। ଏ ବାବଦରେ ମତାମତ ନେଇ କମ୍ପାନୀ ଏହାର ଗାଇଡଲାଇନରେ ଏହି ବଡ ପରିବର୍ତ୍ତନ କରିଛି। ଓୟୋ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀର ବ୍ୟବସାୟ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରହିଛି। ଏହା ୩୦ରୁ ଅଧିକ ଦେଶରେ ହୋଟେଲ ଏବଂ ହୋମ ଷ୍ଟେ ସେବା ଯୋଗାଇଥାଏ ଏବଂ ଏହାର ନେଟୱାର୍କରେ ୧.୫୦ ଲକ୍ଷରୁ ଅଧିକ ହୋଟେଲ ଅଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *