ଭାରତର ବୋହୂ ହେବେ ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମୀର

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମୀର ନିଜ ଦେଶ ସହ ଭାରତରେ ମଧ୍ୟ ତାଙ୍କ ଲୋକପ୍ରିୟତା ଅଧିକ ରହିଛି । ତାଙ୍କ ଅଭିନୟ ଏବଂ ତାଙ୍କ ସୁନ୍ଦରତାକୁ ପ୍ରଶଂସକ ବେଶ ପ୍ରଶଂସା କରନ୍ତି । କିଛି ଦିନ ହେବ ଭାରତୀୟ ସିଙ୍ଗର ବାଦଶାହାଙ୍କ ସହ ହାନିୟାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ବି-ଟାଉନରେ ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ମଧ୍ୟ ଦେଖିବାକୁ ମିଳିଛି । ଦୁହେଁ ଏକାଠି ମଧ୍ୟ ତାଙ୍କ ଛୁଟି ଦିନ କାଟୁଥିବା ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି । ଦୁହିଁଙ୍କ ମିଳାମିଶା ଦେଖି ଉଭୟ ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି । ହେଲେ ଦୁହିଁଙ୍କ ସମ୍ପର୍କକୁ ନେଇ କେହି କେବେ ମୁହଁ ଖୋଲି ନାହାଁନ୍ତି ।

ବାଦଶାହାଙ୍କ ସହ ହାନିୟାଙ୍କ ଡେଟ୍ କୁନେଇ ଚର୍ଚ୍ଚା ଭିତରେ ହାନିୟା ତାଙ୍କ ବିବାହକୁ ନେଇ ମୁହଁ ଖୋଲିଛନ୍ତି । କହିଛନ୍ତି ତାଙ୍କର ଏବେ ବିବାହା କରିବାର କୌଣସି ପ୍ଲାନିଂ ନାହିଁ । ଯେତେବେଳେ କରିବେ ଏହି ଖବର ସେ ପୁରା ଦୁନିଆକୁ ଜଣାଇବେ । ଏହି କଥା ସେ ବିଲକୁଲ ବି ଲୁଚେଇବେ ନାହିଁ । ପାକିସ୍ତାନରେ ଏକ ଗଣମାଧ୍ୟମ ପ୍ରଶ୍ନର ଏଭଳି ଉତ୍ତର ଦେଇଛନ୍ତି ଏହି ପାକିସ୍ତାନୀ ଅଭିନେତ୍ରୀ ।

ତିତଲି, ଫିର ଓ୍ବହି ମହବତେ, ମେରେ ହମସଫର, ମୁଝେ ପ୍ୟାର ହୁଆଥା ଭଳି ପାକିସ୍ତା ଟିଭି ଧାରାବାହିକରେ ହାଦିୟା ଦମଦାର ଅଭିନୟ ଦର୍ଶର୍କ ଦେଖିଛନ୍ତି । କେବଳ ପାକିସ୍ତାନ ନୁହେଁ ବରଂ ଭାରତରେ ମଧ୍ୟ ହାନିୟାଙ୍କ ଅନେକ ପ୍ରଶଂସକ ଅଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *