କୁନି ଝିଅ ଇଂରାଜୀ ଶୁଣି ପର୍ଯ୍ୟଟକ ଖୁସି

ନୂଆଦିଲ୍ଲୀ: ପାକିସ୍ତାନର ଏକ ଛୋଟ ଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପର୍ଯ୍ୟଟକଙ୍କ ସହ କୁନି ଝିଅଟି ଇଂରାଜୀରେ କଥାବାର୍ତ୍ତା କରୁଛି। ପର୍ଯ୍ୟଟକ ଜଣଙ୍କ ମଧ୍ୟ ଝିଅର ଇଂରାଜୀ କହିବା ଦେଖି ଖୁସି ହୋଇପଡ଼ିଛନ୍ତି। ଖାଲି କୁନି ଝିଅ ଜଣଙ୍କ ଇଂରାଜୀ ନୁହେଁ ବରଂ ଏହି ପରି ୬ଟି ଭାଷାରେ ସେ ଅନରଗଳ କଥା ହୋଇପାରନ୍ତି। ସବୁଠାରୁ ବଡ଼ କଥା ହେଉଛି କୁନି ଝିଅଟି କେବେ ସ୍କୁଲ ଯାଇନି। ପରିବାରର ଆର୍ଥିକ ଅବସ୍ଥା ସ୍କୁଲ ବାଟକୁ ବନ୍ଦ କରି ଦେଇଛି। ହେଲେ କୁନି ଝିଅ ଚଣା ବିକି ପରିବାର ଚଳାଇବା ସହ ନିଜ ଖର୍ଚ୍ଚ ତୁଲାଏ। କିନ୍ତୁ ବିନା ପଢ଼ାରେ ଏଭଳି ପାଞ୍ଜଳ ଭାବେ ଇଂରାଜୀ କହିବା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କଥା। କୁନି ଝିଅଟି ହେଉଛି ପାକିସ୍ତାନର ଶୁମେଲା।

ଜଣେ ପର୍ଯ୍ୟଟକ ଜିଶାନ, ଯିଏ ପେସାରେ ଜଣେ ଡାକ୍ତର। ସେ ତାଙ୍କ ଇଂନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏହି କୁନି ଝିଅର ଆତ୍ମ ବିଶ୍ୱାସ ସହ ବୃଦ୍ଧି ସ୍ପଷ୍ଟ ବାରି ହୋଇପଡ଼ୁଛି। କୁନି ଝିଅ ଜଣଙ୍କ ଭିଡିଓରେ କହିଛି ତାଙ୍କ ବାପା ୧୪ଟି ଭାଷାକୁ ସ୍ପଷ୍ଟ ଭାବେ କହିପାରନ୍ତି। ତାଙ୍କ ଠାରୁ ସେ ଘରେ ଏସବୁ ଶିଖିଛନ୍ତି। ଏହା ସହ ଶୁମେଲା କହିଛନ୍ତି ସେ ଉର୍ଦ୍ଦୁ, ଚିତ୍ରାଲି, ସିରାକି ଏବଂ ପଞ୍ଜାବି ଭାଷାକୁ ଭଲ ଭାବେ କହି ପାରନ୍ତି ବୋଲି କହିଛନ୍ତି।

ପ୍ରଥମ ଭିଡିଓରେ ଜିଶାନ୍ କୁନି ଝିଅଙ୍କୁ ନିଜ ପରିଚୟ କହିବାକୁ କହିଥିଲେ। କୁନି ଝିଅଟି ଭଦ୍ର ଭାବରେ ଉତ୍ତର ଦେଲେ ମୋ ବାପା ୧୪ ଟି ଭାଷା କୁହନ୍ତି, ଏବଂ ମୁଁ ଛଅଟି କହିପାରେ । ମୁଁ ବିଦ୍ୟାଳୟକୁ ଯାଏ ନାହିଁ; ମୋ ବାପା ମୋତେ ଘରେ ଶିକ୍ଷା ଦିଅନ୍ତି। ଯେତେବେଳେ କୁନି ଝିଅଙ୍କୁ ତାଙ୍କ କାର୍ଯ୍ୟ ବିଷୟରେ ପଚରାଗଲା, ସେ ମଧୁର ହସ ସହିତ କହିଥିଲେ, ସେ ଚଣା ସହ ସୂର୍ଯ୍ୟମୁଖୀ ମଞ୍ଜି ବିକ୍ରି କରୁଛି । ଯଦି ତୁମେ କିଛି କିଣିବାକୁ ଚାହୁଁଛ, ମୋତେ ଜଣାନ୍ତୁ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *