ନୂଆଦିଲ୍ଲୀ: ନୂଆ ବର୍ଷରେ କଏଦୀଙ୍କ ପାଇଁ ବଡ଼ ଉପହାର । ଜେଲରେ ଖୋଲିଲା ପାର୍ଲର । ସବୁବେଳେ ପାଲର ଯାଇ ନିଜକୁ ମେଣ୍ଟେନ ରଖୁଥିବା ମହିଳା କଏଦୀଙ୍କ ପାଇଁ ଏହି ଖୁସି ଖବର । କାରଣ ଜେଲରେ ଥାଇ ମଧ୍ୟ ସେମାନେ ତାଙ୍କ ସ୍କିନ୍ କେୟାର ନେଇପାରିବେ । ଏଥିଲାଗି ଏବେ ତିହାର ଜେଲରେ ଖୋଲିଯାଇଛି ବ୍ୟୁଟି ପାର୍ଲର । ଜେଲ ନମ୍ବର ୬ରେ ଖୋଲାଯାଇଛି ଏହି ପାର୍ଲର ।
ଏଠାରେ କଏଦୀମାନେ ନିଜ ଚୁଟି କାଟିବାଠାରୁ ଆରମ୍ଭ କରି ଫେସିଆଲ , ଥ୍ରେଡିଂ, ପେଡିକିଓର ଏବଂ ମେନିକିଓର କରିପାରିବେ । ପାର୍ଲରରେ କଏଦୀଙ୍କୁ ସେବା ବାବଦକୁ ଅର୍ଥ ଦେବାକୁ ପଡ଼ିବ । ଏଠାରେ ପେଡ଼ିକିଓର ପାଇଁ ୪୦ ଟଙ୍କା, ସ୍ପା ପାଇଁ ୧୫୦ ଟଙ୍କା, ଫେସିଆଲ ପାଇଁ ୮୦, ଥ୍ରେଡିଂ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ମାର୍କେଟ ଦରଠାରୁ ଏ ସବୁ ସେବାର ମୂଲ୍ୟ ୧୦ଗୁଣା କମ୍ ରହିଛି ।
କେବଳ ସେତିକି ନୁହେଁ, କଏଦୀମାନେ ଏହାକୁ ପେଶା ଭାବେ ମଧ୍ୟ ଆପଣେଇ ପାରିବେ । କାରଣ ଜେଲରୁ ବାହାରିବା ପରେ ସେମାନେ ଏଥିରୁ ୨ ପଇସା ଭଲ ରୋଜଗାର କରିପାରିବେ । ଗୋଦରେଜ୍ ଏବଂ ହବିବ୍ସ ହେୟାର ପକ୍ଷରୁ କଏଦୀମାନଙ୍କୁ ପାର୍ଲର କୋର୍ସ ଶିଖାଯିବ । ଜେଲରେ ଥିବା ପୁରୁଷଙ୍କ ପାଇଁ କିନ୍ତୁ ସାଧାରଣ ସେଲୁନ୍ ରହିଛି । ଆଗାମୀ ଦିନରେ ସେମାନଙ୍କ ପାଇଁ ଜେନ୍ସ ପାର୍ଲର ତିଆରି କରାଯିବ ବୋଲି କହିଛନ୍ତି ତିହାର ଜେଲ ସୁପରିଣ୍ଟେଣ୍ଡେଣ୍ଟ । ।