ଗୋଇଠା ମାରିମାରି ଫ୍ଲାଇଟର ସିଟକୁ ଭାଙ୍ଗିଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନରେ ଘଟିଛି ଏକ ଅଭାବନୀୟ ଘଟଣା । ମଝି ଆକାଶରେ ଜଣେ ଯାତ୍ରୀ ଫ୍ଲାଇଟର ସିଟକୁ ଗୋଇଠା ମାରିମାରି ଭାଙ୍ଗି ଦେଇଛନ୍ତିି । ଆଷ୍ଟିନରୁ ଲସଏଞ୍ଜେଲସ ଯାଉଥିବା ଏକ ବିମାନରେ ଏଭଳି ଦେଖିବାକୁ ମିଳିଛି। ଏହି ଫ୍ଲାଇଟ ୟୁନାଇଟେଡ୍ ଏୟାରଲାଇନ୍ସ ଅଟେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଯାତ୍ରୀଙ୍କ ଏପରି ହରକତକୁ ନାପସନ୍ଦ କରିଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ୍‌ୟୁନାଇଟେଡ୍ ଏୟାରଲାଇନ୍ସର ଏକ ବିମାନ ଆଷ୍ଟିନ୍‌ରୁ ଉଡ଼ାଣ ଆରମ୍ଭ କରିଥିଲା । କିଛି ସମୟ ପରେ ଜଣେ ଯାତ୍ରୀ ହଠାତ୍ ଉଠିପଡ଼ି ସିଟ୍ ଭାଙ୍ଗିବାକୁ ଲାଗିଥିଲେ । ଗୋଇଠା ମାରି ମାରି ସିଟ୍‌କୁ ଭାଙ୍ଗୁଥିଲେ ବି କୌଣସି କ୍ରୁ ମେମ୍ବର ପ୍ରତିବାଦ କରି ନ ଥିଲେ । କିନ୍ତୁ ଯାତ୍ରୀମାନେ ବିରୋଧ କରିବା ସତ୍ତ୍ୱେ ଯାତ୍ରୀଜଣକ କିଛି ଶୁଣି ନ ଥିଲେ। ତେବେ ଯାତ୍ରୀଜଣକଙ୍କର ଏଭଳି ହରକତକୁ କାବୁ କରିବା ପାଇଁ ଦୁଇତିନିଜଣ ଯାତ୍ରୀ ଏକାଠି ହୋଇ ତାଙ୍କୁ ଧରିି ପୋଲିସକୁ ଦେଇଥିବା ଜଣାପଡିଛି । ତେବେ ଉକ୍ତ ଯାତ୍ରୀଙ୍କୁ କାବୁ କରିବା ପରେ ଫ୍ଲାଇଟଟି ଲ୍ୟାଣ୍ଡ କରିଥିଲା । ପୋଲିସ ଯୁବକଙ୍କୁ ଗିରଫ କରିଥିଲା । ଏହାସହିତ ଉକ୍ତ ଯାତ୍ରୀଙ୍କୁ ବିମାନ ଉଡାଣରେ ପ୍ରତିବନ୍ଧକ ଲଗାଯାଇଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *