ଶୀତୁଆ ସକାଲରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥ ଉତ୍ସବ । ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଯାଏ ଜମିଛି ନୃତ୍ୟଗୀତର ଆସର । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆରମ୍ଭ ହୋଇଛି ପଥ ଉତ୍ସବ। ପଥ ଉତ୍ସବରେ ଜମିଛି ସଙ୍ଗୀତ, ନୃତ୍ୟ, ଯୋଗ ଭଳି ସାସ୍କୃତିକ କାର୍ଯ୍ୟକ୍ରମ ।
ଚଳିତ ବର୍ଷର ପ୍ରଥମ ତଥା ୧୮ତମ ପଥ ଉତ୍ସବ ଆରମ୍ଭ ହୋଇଛି । ବିଏମ୍ସି ପକ୍ଷରୁ ଆଜି ପଥ ଉତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ଦୋଇଛି । ପ୍ରଥମ ଦିନରେ ଶୀତ ସତ୍ତ୍ଵେ ବି ପ୍ରବଳ ଜନ ସମାଗମ ହୋଇଥିଲା । ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ଦୋଇଥିଲେ । ବଲିଉଡ୍ କଳାକାରଙ୍କ ଗୀତରେ ଝୁମିଛନ୍ତି ରାଜଧାନୀବାସୀ।
। ଏହି ପଥ ଉତ୍ସବରେ ବିଭିନ୍ନ ପ୍ରତିଭାର ପଦର୍ଶନରେ ଦୁଲୁକିଛି ମଞ୍ଚ । ରାଜଧାନୀବାସୀ ଝୁମିବା ସହ ସୁସ୍ଥ ରହିବା ପାଇଁ କରିଥିଲେ ବ୍ୟାୟାମ । ବିଶେଷ ଭାବେ ପଥ ଉତ୍ସବରେ ରାଜଧାନୀର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିବା ବେଳେ ଖୋଲା ମଞ୍ଚରେ ଲୁଚି ରହିଥିବା କଳା ଓ ନୈପୁଣତାର ପଦର୍ଶନ କରିଥିଲେ । ଏଭଳି ଭାବରେ ରାଜଧାନୀବାସୀ ରବିବାରର ଶୀତୁଆ ସକାଳର ଫୁର୍ତ୍ତି ଏଥର ରାହାଗିରିରେ ମନାଇ ବେଶ ଖୁସି ଅନୁଭବ କରିଥିଲେ । ଏହା ସକାଳ ୬ ଟାରୁ ଦିନ ୧୦ ତା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହୋଇଥିଲେ ରାଜଧାନୀ ବାସିନ୍ଦା ।
ଏହି ପଥ ଉତ୍ସବରେ ରାଜଧାନୀର ପଥ ପ୍ରାନ୍ତରେ ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଯେଉଁଥିରେ ପ୍ରଥମ ଥର ପାଇଁ ଆସିଥିବା ସ୍କେଟିଂରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ମଲଖମ୍ଭ ନୃତ୍ୟ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା ।
ସେପଟେ କଟକରେ ମଧ୍ୟ ଆୟୋଜିତ ହେଉଛି ପଥ ଉତ୍ସବ। ଫିଟ୍ ନେସ୍ ଅଧିବେଶନ, ସାଂସ୍କୃତିକ ପରିବେଷଣ, କଳା ପ୍ରଦର୍ଶନ ଓ ଖାଦ୍ୟ ଷ୍ଟଲ ସମେତ ବିଭିନ୍ନ ଆକର୍ଷଣରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ହଜାର ହଜାର ପ୍ରତିଯୋଗୀ ପଥ ଉତ୍ସବରେ ସାମିଲ ହୋଇଛନ୍ତି ।