ପାଟନା: ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଗିରଫ କରିଛି। ସେ ଗାନ୍ଧୀ ମଇଦାନରେ ବାପୁ ମୂର୍ତ୍ତି ତଳେ ଆମରଣ ଅନଶନରେ ବସିଥିଲେ। ସୋମବାର ଭୋର ପ୍ରାୟ ୪ଟା ସମୟରେ ପୋଲିସ ପହଞ୍ଚିି ପ୍ରଶାନ୍ତ କିଶୋରଙ୍କୁ ଏମ୍ସକୁ ନେଇଥିଲା। ପରେ ତାଙ୍କୁ ଗିରଫ କରିଥିଲା । ହେଲେ ପ୍ରଶାନ୍ତ ଗିରଫ ହେବାର ମାତ୍ର ୮ ଘଣ୍ଟା ରେ ଜାମିନ୍ ବି ମିଳିଛି ।
ଜନ ସୁରଜ ପାର୍ଟିର ପ୍ରଶାନ୍ତ କିଶୋର ଏବଂ ଆଉ କିଛି ସମର୍ଥକ କିଛି ଦାବି ନେଇ ସୀମିତ ଅଞ୍ଚଳର ଗାନ୍ଧୀ ମଇଦାନରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ବେଆଇନ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରତିବାଦ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ଗର୍ଦନିବାଗକୁ ଯିବା ପାଇଁ ନୋଟିସ ଜାରି କରାଯାଇଥିଲା, ସୀମିତ ଅଞ୍ଚଳରେ ବେଆଇନ ବିରୋଧ ଯୋଗୁଁ ଗାନ୍ଧୀ ମଇଦାନ ପୋଲିସ ତାଙ୍କ ବିରୋଧରେ ଅଭିଯୋଗ କରିଥିଲା । ବାରମ୍ବାର କହିବା ପରେ ମଧ୍ୟ ସେ ଧାରଣାସ୍ଥଳରୁ ହଟି ନ ଥିଲେ । ତେଣୁ ବାଧ୍ୟ ହୋଇ ତାଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ କହିଛି ।
ପାଟ୍ନା ପୁଲିସ୍ ଗିରଫ କରିବା ପରେ ଏବେ ସିଭିଲ କୋର୍ଟରୁ ଜାମିନ ପାଇଛନ୍ତି । ଗିରଫ ହେବାର ୮ ଘଣ୍ଟା ପରେ ପ୍ରଶାନ୍ତଙ୍କୁ ଜାମିନ୍ ମିଳିଛି। ତେବେ ଭବିଷ୍ୟତରେ ସେ କୌଣସି ଧାରଣାରେ ବସିପାରିବେ ନାହିଁ ବୋଲି ସର୍ତ୍ତରେ ପ୍ରଶାନ୍ତଙ୍କୁ ଜାମିନ୍ ମିଳିଛି।