ସୁଟିଂ ସେଟ୍‌ରେ ନଜର ଆସିଲେ ପ୍ରିୟଙ୍କା

କୋରାପୁଟ: କୋରାପୁଟର ପାହାଡ଼ ଘେରାରେ ଚାଲିଛି ତେଲୁଗୁ ଫିଲ୍ମର ସୁଟିଂ। ଏସ ଏସ ରାଜମୌଲିଙ୍କ ଫିଲ୍ମର ସୁଟିଂ ଏଠାରେ ଚାଲିଛି। ଯାହା ପାଇଁ ସାଉଥ ଏବଂ ବଲିଉଡର ଷ୍ଟାରମାନଙ୍କୁ ଓଡ଼ିଶା ମାଟିରେ ଦେଖିବାକୁ ମିଳୁଛି। ମହେଶ ବାବୁ ଫିଲ୍ମ ସୁଟିଂ ଚାଲିଥିବା ବେଳେ ଏବେ କୋରାପୁଟରେ ସୁଟିଂ ପାଇଁ ପହଞ୍ଚିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା। ପ୍ରିୟଙ୍କା ଚୋପ୍ରା ମଙ୍ଗଳବାର ଦିନ କୋରାପୁଟ ଜିଲ୍ଲାର ସେମିଲିଗୁଡ଼ାରେ ଦେଖାଯାଇଛନ୍ତି। ସେଠାରେ ସେ ଏସ ଏସ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର SSMB29ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ତେବେ ସେଟ୍ ରୁ ଭିଡିଓ ଏବଂ ଫଟୋ ଲିକ୍ ହେବା ପରେ ଅବଶିଷ୍ଟ ସିଡ୍ୟୁଲ୍ ପାଇଁ ‘ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା’ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଅନୁମତି ମିଳିଛି। ସୂତ୍ର ଅନୁସାରେ ପ୍ରମୁଖ ସୁଟିଂ ସ୍ଥାନଗୁଡ଼ିକରେ ଦେଓମାଳି, ତଲମାଲି ଏବଂ ମାଛକୁଣ୍ଡ ଭଳି ଦର୍ଶନୀୟ ସ୍ଥାନ ଅନ୍ତର୍ଭୁକ୍ତ ରହିଥିଲା। ତେବେ ସୁଟିଂ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥିଲା ତଳମାଲି।

ସିଟାଡେଲ୍ ଏବଂ ଲଭ୍ ଅଗେନ୍ ରେ ଶେଷ ଥର ପାଇଁ ନଜର ଆସିଥିବା ଏହି ଅଭିନେତ୍ରୀ ଦକ୍ଷିଣ ସୁପରଷ୍ଟାର ମହେଶ ବାବୁଙ୍କ ସହ ଏହି ଜଙ୍ଗଲ ଆଡଭେଞ୍ଚର ଫିଲ୍ମ ସହିତ ଭାରତୀୟ ସିନେମାରେ କମବ୍ୟାକ୍ କରୁଛନ୍ତି। ସେ ପୂର୍ବରୁ ହାଇଦ୍ରାବାଦରେ କିଛି ଦୃଶ୍ୟ ସୁଟିଂ କରିଥିଲେ ଏବଂ ତା’ପରେ ତାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହ ପାଇଁ ମୁମ୍ବାଇ ଯାତ୍ରା କରିଥିଲେ। ରିପୋର୍ଟ ଅନୁଯାୟୀ, ଫେବୃଆରୀ ୧୯ରେ ସେ ତାଙ୍କ ଝିଅ ମାଳତୀ ମେରିଙ୍କ ସହିତ ନ୍ୟୁୟର୍କ ଫେରିଯାଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *