ମହେଶ ବାବୁଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ଼ ନୁହେଁ, ଏବେ ଟଲିଉଡ଼ ମୁହାଁ ହୋଇଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ସେ ଏସ୍ ଏସ୍ ରାଜମୌଲିଙ୍କ ଅପକମିଂ ତେଲଗୁ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ଆଫ୍ରିକୀୟ ଜଙ୍ଗଲ ଆଡ୍‌ଭେଞ୍ଚର ଉପରେ ଆଧାରିତ ହେବ । ସେଥିରେ ପ୍ରିୟଙ୍କାଙ୍କ ବିପକ୍ଷରେ ମହେଶ ବାବୁ ସ୍କ୍ରିନ୍ ସେୟାର କରିବେ । ଏଥିରେ ମହେଶଙ୍କୁ ଜଣେ ଗବେଷକଙ୍କ ଭୂମିକାରେ ଦେଖିବାକୁ ମିଳିବ । ପ୍ରିୟଙ୍କା କିଛି ଆକ୍ସନ୍ ଦୃଶ୍ୟରେ ବି ନଜର ଆସିବେ ବୋଲି ଜଣାଯାଇଛି ।

ଏହି ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଛି । ଆସନ୍ତାବର୍ଷ ଏହାର ସୁଟିଂ ଆରମ୍ଭ ହେବ । ଭାରତ ବ୍ୟତୀତ ଆମେରିକା ଓ ଆଫ୍ରିକାର ଜଙ୍ଗଲରେ ଏହାର ସୁଟିଂ କରାଯିବ । ୨୦୨୭ରେ ଫିଲ୍ମଟି ରିଲିଜ୍ ହେବାକୁ ଯୋଜନା କରାଯାଇଛି । ଏ ପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ଚୂଡ଼ାନ୍ତ ହୋଇନାହିଁ । ତେବେ ତାହା ହିନ୍ଦୀ, ତାମିଲ, ମାଲାୟଲମ୍ ଓ କନ୍ନଡ଼ ଭାଷାରେ ବି ରିଲିଜ୍ ହେବ । ରାଜମୌଲି ଏହି ଫିଲ୍ମ ଲାଗି ଜଣେ ଏମିତି ଅଭିନେତ୍ରୀଙ୍କ ସନ୍ଧାନରେ ରହିଥିଲେ ଯାହାଙ୍କର ବୈଶ୍ୱିକ ସ୍ତରରେ ପରିଚୟ ଥିବ । ଗତ ୫-୬ ମାସ ହେଲା ସେ ଅନେକ ଥର ପ୍ରିୟଙ୍କାଙ୍କ ସହିତ ସାକ୍ଷାତ କରିବା ପରେ ଶେଷରେ ତାଙ୍କର ନାମକୁ ଚୂଡାନ୍ତ କରିଛନ୍ତି । ପ୍ରିୟଙ୍କାଙ୍କୁ ଶେଷ ଥର ଲାଗି ବଡ଼ ପରଦାରେ ୨୦୧୯ର ‘ଦ ସ୍କାଇ ଇଜ୍ ପିଙ୍କ୍‌’ ରେ ଦେଖିବାକୁ ମିଳିଥିଲା । ଏହାପରେ ସେ ୨୦୨୧ରେ ନେଟ୍‌ଫ୍ଲିକ୍ସର ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’ରେ ନଜର ଆସିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *