ଗୋଲାପ, ତ୍ରିରଙ୍ଗା ଦେଇ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ସଂସଦ ପରିସରରେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଗୋଲାପ ଫୁଲ ଓ ତ୍ରିରଙ୍ଗା ଦେଇ କରୁଛନ୍ତି ବିରୋଧ । ଆମେରିକାରେ ଆଦାନୀଙ୍କ ବିରୋଧରେ କେନ୍ଦ୍ର ସରକାର ଲାଞ୍ଚ ଅଭିଯୋଗ ଉପରେ ଆଲୋଚନାକୁ ଏଡ଼ାଇଥିବା ଅଭିଯୋଗକୁ ଭିତ୍ତି କରି ଏଭଳି ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଗୋଲାପ ଏବଂ ତ୍ରିରଙ୍ଗା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।

ଇଣ୍ଡିଆ ବ୍ଲକ୍ ନେତାମାନେ ସଂସଦ ଭବନର ପ୍ରବେଶ ପଥରେ ଗୋଲାପ ଏବଂ ତ୍ରିରଙ୍ଗା ଧରି ଛିଡ଼ା ହୋଇ ଏପରି ନିଆରା ଢ଼ଙ୍ଗରେ ବିରୋଧ ପ୍ରଦର୍ଶନ ଚଳାଇଛନ୍ତି । କଂଗ୍ରେସ ସାଂସଦ ମାଣିକମ୍ ଟାଗୋର କହିଛନ୍ତି, ଆମେ ବିଜେପି ବନ୍ଧୁମାନଙ୍କୁ ଅପେକ୍ଷା କରିଛୁ। ଆମେ ସେମାନଙ୍କୁ ଜାତୀୟ ପତାକା ଏବଂ ଗୋଲାପ ସହିତ କାର୍ଡ ଦେବାକୁ ଚାହୁଁଥିଲୁ। ଦେଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବାର୍ତ୍ତା ପଠାଇବାକୁ ଚାହୁଁଥିଲୁ। ସଂସଦ ବାହାରେ ବିରୋଧୀଦଳ ଦ୍ୱାରା ବିରୋଧ ସମୟରେ ଏହି ଘଟଣା ଘଟିଛି ଯାହା। କେନ୍ଦ୍ରରେ ସରକାର ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଉପରେ ଆଲୋଚନାକୁ ଏଡ଼ାଇ ଯାଇଛନ୍ତି। ନଭେମ୍ବର ୨୦ ତାରିଖରେ ଅଧିବେଶନ ଆରମ୍ଭ ହେବା ପରଠାରୁ ଉଭୟ ଗୃହରେ ଏହି ପ୍ରସଙ୍ଗରେ କ୍ରମାଗତ ଆଲୋଚନା କରିବାକୁ କଂଗ୍ରେସ ଦାବି କରୁଛି।

ଏହାରି ମଧ୍ୟରେ ବିଜେପି ଅଭିଯୋଗ କରିଛି ଯେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଆମେରିକୀୟ କୋଟିପତି ବ୍ୟବସାୟୀ ଜର୍ଜ ସୋରୋସଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ସୋରୋସ ଫାଉଣ୍ଡେସନ ଦ୍ୱାରା ଆର୍ôଥକ ଅନୁଦାନ ପ୍ରାପ୍ତ ଏକ ସଂଗଠନ ସହ ତାଙ୍କର ସଂପୃକ୍ତି ରହିଛି। କଂଗ୍ରେସ ସାଂସଦ ଇମରାନ ପ୍ରତାପଗଢ଼ି କହିଛନ୍ତି ଯେ, ଆମେ ଗାନ୍ଧୀଜୀଙ୍କ ପଥ ଅନୁସରଣ କରି ସଂସଦର ଶାସକ ଦଳ ସାଂସଦଙ୍କୁ ଗୋଲାପ ଏବଂ ତ୍ରିରଙ୍ଗା ଦେଇ ଆଦାନୀଙ୍କ ହାତରେ ଦେଶକୁ ବିକ୍ରି ନ କରିବା ପାଇଁ ଅପିଲ କରୁଛୁ । ବର୍ତ୍ତମାନର ସରକାର ସଂସଦ କାର୍ଯ୍ୟ ନ କରାଇଦେବାକୁ ଶପଥ ନେଇଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳ କ୍ରମାଗତ ଭାବେ ଗୃହ କାର୍ଯ୍ୟ କରିବା ଏବଂ ଆଦାନୀ ଲୁଟ୍ ଉପରେ ଆଲୋଚନା କରିବା ପାଇଁ ଅପିଲ କରୁଛି । କିନ୍ତୁ ସରକାର ଆଦାନୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଯଥାସମ୍ଭବ ଚେଷ୍ଟା କରୁଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *