ନୂଆବର୍ଷ ପାଳିବାକୁ କଣ୍ଡୋମ, ଓଆରଏସ ସହ ନିମନ୍ତ୍ରଣ ପତ୍ର ପଠେଇଲା ପବ୍‌

ପୁଣେ: ଆଉ ମାତ୍ର କିଛି ଘଣ୍ଟା ପରେ ବିଦାୟ ନେବ ୨୦୨୪ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ପୁଣେର ଏକ ପବ୍ କଣ୍ଡୋମ ଓ ଓଆରଏସ୍ ପ୍ୟାକେଟ୍ ଦେଇ ଲୋକଙ୍କୁ ନିମନ୍ତ୍ରଣ କରିଛି । ଏହାକୁ ନେଇ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ମହାରାଷ୍ଟ୍ର ପ୍ରଦେଶ ୟୁଥ୍ କଂଗ୍ରେସ ଥାନାରେ ଅଭିଯୋଗ କରିଛି ।

ନୂଆବର୍ଷ ସେଲିବ୍ରେଶନ ପାଇଁ ମହାରାଷ୍ଟ୍ର ପୁଣେର ଏକ ପବ୍ ଲୋକଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ପଠାଇଛି । ଏକ ପ୍ୟାକେଟ୍‌ରେ ନିମନ୍ତ୍ରଣ ପତ୍ର ସହ କଣ୍ଡୋମ ଏବଂ ଓଆରଏସ୍ ରହିଛି । ଏହି ନିମନ୍ତ୍ରଣ ପତ୍ର ପାଇବା ପରେ ଲୋକେ ଉତ୍ତେଜିତ ହୋଇପଡ଼ିଛନ୍ତି । ପବ୍ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବା ଲାଗି ଦାବି କରିଛନ୍ତି । ଲୋକଙ୍କ ସହ ସାମିଲ ହୋଇ ମହାରାଷ୍ଟ୍ର ପ୍ରଦେଶ ୟୁଥ୍ କଂଗ୍ରେସ ଏ ନେଇ ପୁଣେ ଥାନାରେ ଅଭିଯୋଗ କରିଛି । ଜିରୋ ନାଇଟ୍ ସେଲିବ୍ରେଶନ କରିବାକୁ ଅନୁମତି ନ ଦେବାକୁ ସେମାନେ ଦାବି କରିଛନ୍ତି ।

ୟୁଥ କଂଗ୍ରେସ ନେତା ଅମିତେଶ କୁମାର କହିଛନ୍ତି, ଲୋକେ ନିଜସ୍ୱ ଇଛାରେ ନୂଆବର୍ଷ ପାଳନ କରନ୍ତୁ । ଆମେ ପବ୍ କିମ୍ବା ନାଇଟ୍ କ୍ଲବକୁ ବି ବିରୋଧ କରୁନାହୁଁ । କିନ୍ତୁ ପବର ଏ ପ୍ରକାର କାର୍ଯ୍ୟ ସହନୀୟ ନୁହେଁ । ଏପରି କରି ଯୁବପିଢ଼ିଙ୍କୁ ବାଟବଣା କରିବାକୁ ଚାହୁଁଛି ପବ୍ । ଏହାକୁ ଆମେ ଘୋର ନିନ୍ଦା କରୁଛୁ । ପବ୍ ଦ୍ୱାରା ଆମନ୍ତ୍ରିତ ହୋଇଥିବା ଅତିଥିଙ୍କ ପ୍ରତିକ୍ରିୟା ନେଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *