ନୂଆଦିଲ୍ଲୀ: ସାରା ବିଶ୍ୱବାସୀଙ୍କ ବିଶ୍ୱାସ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କ ମହିମା ଶ୍ରଦ୍ଧାଳୁଙ୍କୁ ପୁରୀକୁ ଟାଣି ଆଣିଥାଏ । ଏହା ଟ୍ରାଭେଲୋପିଡିଆ ରିପୋର୍ଟରେ ସ୍ପଷ୍ଟ ହୋଇଛି । ୨୦୨୪ ମସିହାରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଅନେକ ସଂଖ୍ୟକ ପର୍ଯ୍ୟଟକ ଛୁଟି ଆସିଛନ୍ତି । ଦେଶର ଶ୍ରେଷ୍ଠ ଧାର୍ମିକ ସ୍ଥଳ ଭାବେ ଉଭା ହୋଇଛି ପୁରୀ । ତେବେ କେବଳ ଜଗନ୍ନାଥ ଧାମ ନୁହେଁ ବରଂ ଏହା ତାଲିକାରେ ବାରଣାସୀ, ହରିଦ୍ୱାର ମଧ୍ୟ ରହିଛି । ସେହିପରି ୨୦୨୩ ମସିହାରେ ମଧ୍ୟ ପୁରୀ ଅନନ୍ୟ ସ୍ଥାନ ଅଧିକାର କରିଥିଲା । ଧାର୍ମିକ ସ୍ଥଳ ବୁକିଂରେ ୨୦୨୩ ମସିହାରେ ପୁରୀ ପ୍ରଥମ ସ୍ଥାନ ଅଧିକାର କରିଥିଲା । କିନ୍ତୁ ଚଳିତ ବର୍ଷ ଏହି ସ୍ଥାନରେ ରହିଛି ହାଇଦ୍ରାବାଦ । ଏହା ପଛକୁ ରହିଛି ବେଙ୍ଗାଲୁରୁ, ଦିଲ୍ଲୀ ଏବଂ କୋଲକାତା ।
ରିପୋର୍ଟରେ ଦର୍ଶାଯାଇଛି, ପୁରୀ, ହରିଦ୍ୱାର ଏବଂ ବାରଣାସୀରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପରିଦର୍ଶନ କରିଥିଲେ । ତେବେ ଆଜି ମଧ୍ୟ ବିଶ୍ୱବାସୀଙ୍କର ଆସ୍ଥା ରହିଥିବା ଜଣାପଡିଛି । ତେବେ ରାଜ୍ୟଗୁଡିକ ମଧ୍ୟରେ ଉତ୍ତରପ୍ରଦେଶରେ ଅଧିକ ବୁକିଂ ହୋଇଛି । ଅନେକ ସଂଖ୍ୟାରେ ଯାତ୍ରୀ ଏଠାକାର ହୋଟେଲ ବୁକିଂ କରିଥିବା ଜଣାପଡିଛି । ଚିତ୍ତୋବିନୋଦନରେ ସବୁଠାରୁ ଆଗରେ ରହିଛି ଜୟପୁର । ଏହା ପଛକୁ ରହିଛି ଗୋଆ ଏବଂ ପୁଡୁଚେରୀ । ମୁମ୍ବାଇରେ ବୁକିଂ ଆଗରେ ରହିଥିବା ବେଳେ ଚଳିତ ବର୍ଷ ଏଠାରେ ବୁକିଂ ହ୍ରାସ ପାଇଛି ।