ମୁମ୍ବାଇ: ସିନେମା ଘରେ ‘ପୁଷ୍ପା-୨ ଦ ରୁଲ’ ରିଲିଜ ହେବା ଅପେକ୍ଷାରେ। ପ୍ରମୋସନରେ ଲାଗିପଡ଼ିଛନ୍ତି ଷ୍ଟାରକାଷ୍ଟ। ପୁଷ୍ପା ପରି ପୁଷ୍ପା-୨ ମଧ୍ୟ ବକ୍ସ ଅଫିସରେ କିପରି ଭଲ ବ୍ୟବସାୟ କରିବ ସେନେଇ ଫିଲ୍ମ ପ୍ରମୋସନରେ ଲାଗିଛନ୍ତି ଷ୍ଟାରକାଷ୍ଟ। ଏହାରି ଭିତରେ ପୁଷ୍ପା-୨ର ଆଉ ଏକ ନୂଆ ଗୀତ ରିଲିଜ ହୋଇଛି। ଯେଉଁଥିରେ ରଶ୍ମିକା- ଅଲ୍ଲୁ ଅର୍ଜ୍ଜୁନଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ପୁଷ୍ପା-୨ ଦ ରୁଲର ନୂଆ ଗୀତ ଫିଲିଙ୍ଗସ ରିଲିଜ ହୋଇଛି। ଗୀତରେ ଅଲ୍ଲୁ-ରଶ୍ମିକାଙ୍କ ସୁପରହିଟ ଯୋଡି ନଜର ଆସିଥିବା ବେଳେ ଦୁହିଁଙ୍କ ଧମାକେଦାର ଡ୍ୟାନ୍ସ ଗୀତକୁ ଆହୁରି ସୁନ୍ଦର କରିଛି। ଏହି ଗୀତକୁ ଦେଖି ପୁଷ୍ପା-୨ ପାଇଁ ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢ଼ିବାରେ ଲାଗିଛି।
ପୁଷ୍ପା-୨ ପାଇଁ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ସୁକୁମାର। ଅଲ୍ଲୁ ଅର୍ଜ୍ଜୁନ, ରଶ୍ମିକା ମନ୍ଦନା, ଫାହାଦ ଫସିିଲଙ୍କ ଜବରଦସ୍ତ ଅଭିନୟ ପୁଷ୍ପା-୨ ରେ ଦେଖିବାକୁ ପାଇବେ ଦର୍ଶକ। ୫ ତାରିଖରେ ଫିଲ୍ମ ପରଦାକୁ ଆସିବ।
ଅଲୁ ଅର୍ଜ୍ଜୁନ ଏବଂ ରଶ୍ମିକା ମନ୍ଦନା ଆଜିକାଲି ଫିଲ୍ମକୁ ଜୋରଦାର ପ୍ରଚାର କରୁଛନ୍ତି। ନିକଟରେ ଦୁହେଁ ଏକ ଇଭେଣ୍ଟ ପାଇଁ ମୁମ୍ବାଇରେ ମଧ୍ୟ ପହଞ୍ଚିଥିଲେ ଇଭେଣ୍ଟର ଫଟୋ ସୋସିଆଲ ମିଡିୟାରେ ଭାଇରାଲ ହେଉଛି। ପୁଷ୍ପା -୨ କିପରି ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ। ଫିଲ୍ମ ଦେଖିବାକୁ ଲୋକଙ୍କ ଆଗ୍ରହ ବଢ଼ାଇବ ସେନେଇ ଚାଲିଛି ଫିଲ୍ମର ଜୋରଦାର ପ୍ରମୋସନ। ସେପଟେ ଫିଲ୍ମର ଗୋଟେ ଗୋଟେ ଗୀତକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଛନ୍ତି। ପୁଷ୍ପା ପ୍ରତି ଦର୍ଶକଙ୍କ ଥିବା କ୍ରେଜକୁ ଦେଖି ଲାଗୁଛି ପୁଷ୍ପା ପରି ପୁଷ୍ପା-୨ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିବ।