ମୁମ୍ବାଇ: ଅଲ୍ଲୁ ଅର୍ଜ୍ଜୁନ ଫିଲ୍ମ ପ୍ରଥମ ଦିନରୁ ହିଁ ହଲରେ ସୁନାମୀ ଆଣୁଛି । ଫିଲ୍ମ ପ୍ରଥମ ସପ୍ତାହରେ ମଧ୍ୟ ପହଞ୍ଚି ସାରିଛି । ଏହା ସହିତ ଫିଲ୍ମ ଏକ ରେକର୍ଡ କରିସାରିଛି । ଯାହାର ସୂଚନା ପୁଷ୍ପା-୨ ମେକର୍ସ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ମୁଭି ମେକର୍ସର ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡେଲରୁ ଏହା ପୋଷ୍ଟ କରାଯାଇଛି ଯେ ପୁଷ୍ପା ୨ ସାରା ବିଶ୍ୱରେ ୫୦୦ କୋଟି ଟଙ୍କା ସଂଗ୍ରହ କରିଛି। ଏହା ମଧ୍ୟ କୁହାଯାଇଛି ଯେ ପୁଷ୍ପା ୨ ବିଶ୍ୱରେ ୫୦୦ କୋଟି ଟଙ୍କା ରୋଜଗାର କରିବାରେ ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି।
୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣବୀର କପୁରଙ୍କ ଫିଲ୍ମ ଆନିମଲ ସାରା ବିଶ୍ୱରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏହି ଚଳଚ୍ଚିତ୍ରଟି ମାତ୍ର ୬ ଦିନ ମଧ୍ୟରେ ସାରା ବିଶ୍ୱରେ ୫୦୦ କୋଟି ଟଙ୍କା ରୋଜଗାର କରିଥିଲା | ପୁଷ୍ପା ୨ ପୂର୍ବରୁ ରଣବୀର କପୁରଙ୍କ ଆନିମଲ ଦ୍ରୁତତମ ଚଳଚ୍ଚିତ୍ରର ରେକର୍ଡ ଧରି ସାରା ବିଶ୍ୱରେ ୫୦୦ କୋଟି ଟଙ୍କା ରୋଜଗାର କରିଥିଲା।
ପୁଷ୍ପା-୨ ସବୁଠାରୁ ବଡ଼ ଓପନିଂ ଭାରତୀୟ ଚଳଚ୍ଚିତ୍ର । ସାକ୍ନିଲ୍କଙ୍କ କହିବାନୁସାରେ, ଫିଲ୍ମ ପ୍ରଥମ ଦିନରେ ୧୬୪.୨୫ କୋଟି ଟଙ୍କା ବ୍ୟବସାୟ କରିଛି । ଏହା ସହ ଅଲ୍ଲୁଙ୍କ ଫିଲ୍ମ ୩ ଦିନରେ ଭାରତରେ ୩୮୦ କୋଟିରୁ ଅଧିକ ବ୍ୟବସାୟ କରିଛି । ଟାଇଗର ଜିନ୍ଦା ହେ, ଲିଓ, ସଞ୍ଜୁ, ଏବଂ ଜେଲର ପରି ବ୍ଲକ ବ୍ଲଷ୍ଟର ଫିଲ୍ମର ଲାଇଫ ଟାଇମ୍ କଲେକ୍ସନକୁ ମଧ୍ୟ ପଛରେ ପକାଇ ଦେଇଛି ।
ପୁଷ୍ପା-୨ ପାଖାପାଖି ୫ଶହ କୋଟି ବ୍ୟବସାୟ କରିଛି । ଆଶା କି ଫିଲ୍ମ ଖୁବ ଶୀଘ୍ର ୧୦୦୦ କୋଟିର ବ୍ୟବସାୟ କରିବ । ପୁଷ୍ପା-୨ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସୁକୁମାର । ୨୦୨୧ରେ ଫିଲ୍ମର ପ୍ରଥମ ଭାଗ ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ପ୍ରଥମ ଭାଗ ଫିଲ୍ମ ପରି ଏହି ଫିଲ୍ମରେ ମଧ୍ୟ ଅଲ୍ଲୁ ଅର୍ଜ୍ଜୁନ, ରଶ୍ମିକା ମନ୍ଦନା, ଫହାଦ ଫାସିଲଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।