ପୁଷ୍ପା-୨ର ଗୀତ କିଶକି ମଚାଉଛି ଧୁମ୍

ମୁମ୍ବାଇ: ରିଲିଜ ଅପେକ୍ଷାରେ ପୁଷ୍ପା-୨ ଦ ରୁଲ । ଫିଲ୍ମ ରିଲିଜ ପୂର୍ବରୁ ଫ୍ୟାନ୍ସଙ୍କ ଉତ୍ସାହ ମଧ୍ୟ କହିଲେ ନସରେ । ପାଟଣାରେ ପୁଷ୍ପା-୨ ଟ୍ରେଲର ରିଲିଜ ହେବା ପରେ ଚାରିଆଡେ ଅଲ୍ଲୁଙ୍କ ଜବରଦସ୍ତ ଡାଇଲଗକୁ ନେଇ ଚର୍ଚ୍ଚା । ଏହାରି ଭିତରେ ପୁଷ୍ପା-୨ର ଏକ ଲିରିକ୍ସ ଗୀତ ରିଲିଜ ହୋଇଛି । ଯେଉଁଥିରେ ଅଲ୍ଲୁଙ୍କ ସହ ଶ୍ରୀଲୀଲାଙ୍କୁ ଏକାଠି ଦେଖିବାକୁ ମିଳିଛି । ଦୁହିଁଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରିଛନ୍ତି । ଯେଉଁ ଗୀତକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ଶେଷରେ ସେହି ଗୀତ ରିଲିଜ ହୋଇଛି । ଦର୍ଶକ ଯେତିକି ଆଶା ରଖିଥିଲେ ତାଠରୁ ଅଧିକ ଭଲ ଥିବା କହିଛନ୍ତି ଫ୍ୟାନ୍ସ । ଗୀତରେ ଅଲ୍ଲୁଙ୍କ ଜବରଦସ୍ତ ଷ୍ଟାଇଲ ସାଙ୍ଗକୁ ଶ୍ରୀଲୀଲାଙ୍କ ଦମଦାର ଏକ୍ସେପ୍ରସନ ସହ ଡ୍ୟାନ୍ସ ଦର୍ଶକ ପସନ୍ଦ କରିଛନ୍ତି ।

ପୁଷ୍ପା ଭଳି ପୁଷ୍ପା-୨ର ମଧ୍ୟ ଏହି ଗୀତକୁ ଦଶର୍କ ଖୁବ ପସନ୍ଦ କରିବେ ବୋଲି ଦର୍ଶକ ଆଶା ରଖିଛନ୍ତି ।ଗୀତର ର୍କେଜ ଦେଖି ଲାଗୁଛି ଏହା ପୁଷ୍ପାର ଉ ଆଂଟବାକୁ କଡ଼ା ଟକ୍କର ଦବ । ମେକସର୍ ଏହି ଗୀତର ଟିଜର ରିଲିଜ କରିଛନ୍ତି । ଯେଉଁଥିରୁ ଜଣାପଡ଼ୁଛି କିଛି ବହୁତ ଭଲ ହେବ । ଜବରଦସ୍ତ ଟ୍ରେଲର ପରେ ଏହି ଗୀତ ଫିଲ୍ମ ପ୍ରତି ଥିବା ଦର୍ଶକଙ୍କ କ୍ରେଜକୁ ଆହୁରି ବଢ଼ାଇ ଦେଇଛି ।

ସୁକୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିବା ବେଳେ ମିଥ୍ରୀ ମେକର୍ସ ଦ୍ୱାରା ତିଆରୀ ହୋଇଛି ଚଳଚ୍ଚିତ୍ର। ପ୍ରଥମ ଦିନରେ ଫିଲ୍ମ ୨୭୫ କୋଟିରୁ ଅଧିକ ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି ମେକର୍ସ। ୫ ଡିସେମ୍ବରରେ ଫିଲ୍ମ ରିଲିଜ ହେବ। ଏହି ଚଳଚ୍ଚିତ୍ରରେ ଅଲ୍ଲୁଙ୍କ ବିପକ୍ଷରେ ନାୟିକା ଅଛନ୍ତି ରଶ୍ମିକା ମନ୍ଦନା। ଏବଂ ଫହଦ ଫସିଲ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଏକ ରିପୋର୍ଟ ଅନୁସାରେ ଅଲ୍ଲୁ ତାଙ୍କ ଫିଲ୍ମ ପୁଷ୍ପା-୨ ପାଇଁ ୩ଶହ କୋଟି ଟଙ୍କା ଫିସ୍ ନେବାକୁ ଚାହିଁଛନ୍ତି। ଏହି ଦାମ୍ ଅନୁସାରେ ଥଲାପତି ବିଜୟଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଅଲ୍ଲୁ। ଏବେ ଭାରତର ସବୁଠୁ ଦାମୀ ଅଭିନେତା ହୋଇଛନ୍ତି ଅଲ୍ଲୁ। ବିଜୟ ଥଲାପତି ଏକ ଫିଲ୍ମ ପାଇଁ ୨୭୫ କୋଟି ଟଙ୍କା ନେଇଥିଲେ। ପୁଷ୍ପା-୨ ପାଇଁ ଅଲ୍ଲୁ ବିଜୟଙ୍କ ଠୁ ଆଗରେ ରହିଛନ୍ତି।


Dateline Odisha

Dateline Odisha

Leave a Reply

Your email address will not be published. Required fields are marked *