୩ଡିରେ ରିଲିଜ ହେବନି ‘ପୁଷ୍ପା-୨’ , ରାତିର ଶୋ’ ବାତିଲ୍‌

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨: ଦି ରୁଲ’ । ଏହି ଫିଲ୍ମକୁ ଫ୍ୟାନ୍ସ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଥିବା ବେଳେ ଏହାର ଆଡଭାନ୍ସ ବୁକିଂ ବଢ଼ି ଚାଲିଛି। ପୁଣି ଥରେ ‘ପୁଷ୍ପା’ ସିନେମା ଘରେ ଧମାଲ ମଚାଇବ । ତେବେ ଏସବୁ ଭିତରେ ଅଲ୍ଲୁୁଙ୍କ ଫ୍ୟାନ୍ସଙ୍କୁ ଲାଗିଛି ଏକ ବଡ଼ ଝଟକା । ଚଳିତ ସପ୍ତାହରେ ୩ଡି ଭର୍ସନରେ ରିଲିଜ୍ ହେବ ନାହିଁ । ଏମିତି କି ଫିଲ୍ମର ହିନ୍ଦୀ ଭର୍ସନ ରାତିରେ ଚାଲିବ ନାହିଁ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା-୨’ ଆଜି ପରଦା ଉପରକୁ ଆସିଛି । ଫିଲ୍ମର ଆଡଭାନ୍ସ ବୁକିଂ ରେକର୍ଡ ଭାଙ୍ଗିବା ସହ ଦିଲ୍ଲୀ, ମୁମ୍ବାଇ, ପାଟନା, କୋଲକତା, ବେଙ୍ଗାଲୁରୁ, ହାଇଦ୍ରାବାଦ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି । ମେଟ୍ରୋ ସିଟିରେ ମୁଭିର ଟିକେଟ ୧୮ ଶହ ଟଙ୍କାରେ ପହଞ୍ଚିଛି । ତେବେ ଆପଣମାନେ ମାତ୍ର ୧୦୦ ଟଙ୍କାରେ ମଧ୍ୟ ଟିକେଟ୍ ବୁକିଂ କରିପାରିବେ । ୨ଡି, ୩ଡି, ଆଇମ୍ୟାକ୍ସ ୨ଡି, ୪ଡିଏକସ, ୪ଡିଏକ୍ସ ୩ଡି ଓ ଆଇମ୍ୟାକ୍ସ ୩ଡିରେ ଆପଣମାନେ ‘ପୁଷ୍ପା-୨’ର ଟିକେଟ୍ ବୁକିଂ କରିପାରିବେ । ଟିକେଟର ରେଟ୍ ଶୋ’ର ଟାଇମିଂ ଭର୍ସନ ହିସାବରେ କମ୍ ଓ ଅଧିକ ରହିଥାଏ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *