ନୂଆ ଲୁକ୍‌ରେ ରାହୁଲ ,ବଦଳାଇଲେ ଟି-ସାର୍ଟ ରଙ୍ଗ

ନୂଆଦିଲ୍ଲୀ: ଅଲଗା ଅନ୍ଦାଜରେ ଦେଖାଦେଲେ ଏମପି ରାହୁଲ ଗାନ୍ଧୀ । ସବୁବେଳେ ଧଳା ଟି ସାର୍ଟରେ ନଜର ଆସୁଥିବା ରାହୁଲ ହଠାତ୍ ନୀଳ ଟି-ସାର୍ଟରେ ଦେଖିବାକୁ ମିଳିଛନ୍ତି। ଆମ୍ବେଦକର ବିବାଦ ମଧ୍ୟରେ ସେ ନୀଳ ଟି-ସାର୍ଟ ପିନ୍ଧିବା ଆରମ୍ଭ କରିଛନ୍ତି। ରାହୁଲଙ୍କ ପୋଷାକର ରଙ୍ଗ ପରିବର୍ତ୍ତନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ରାଜନୀତି ଉଠୁଛି ପଡୁଛି। ତେବେ ଏହି ବିବାଦ ମଧ୍ୟରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ପୂର୍ବରୁ ସବୁବେଳେ ରାହୁଲଙ୍କୁ କେବଳ ଧଳା ଟି-ସାର୍ଟରେ ଦେଖିବାକୁ ମିଳୁଥିଲା । ରାହୁଲ ନୀଳ ସାର୍ଟ ପିନ୍ଧିବାର କାରଣ ବି ରହିଛି । ଏହି ରଙ୍ଗ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ସହିତ ଜଡିତ। ବାବା ସାହେବଙ୍କ ସମସ୍ତ ଚିତ୍ର କିମ୍ବା ପ୍ରତିମୂର୍ତ୍ତିକୁ ଯାହା ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିଥିବେ, ସେ କେବଳ ନୀଳ ରଙ୍ଗର କୋଟରେ ଦେଖାଯାଉଛନ୍ତି। ଏପରିକି ବାବା ସାହେବଙ୍କୁ ଆଦର୍ଶ ବୋଲି ବିବେଚନା କରୁଥିବା ମାୟାବତୀଙ୍କ ବିଏସପି ପାର୍ଟି ମଧ୍ୟ ଏହି ରଙ୍ଗ ନିଜ ଦଳୀୟ ପତାକାରେ ରଖିଛି।

ବାବା ସାହେବଙ୍କ ନୀଳ ରଙ୍ଗ ପ୍ରତି ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି। କୁହାଯାଏ ଯେ, ସେ ଏହି ରଙ୍ଗକୁ ଏତେ ପସନ୍ଦ କରିଥିଲେ ଯେ ତାଙ୍କର ଅଧିକାଂଶ ସୁଟ ନୀଳ ଥିଲା, ତାଙ୍କୁ ପ୍ରାୟତଃ ଏହି ରଙ୍ଗର ସୁଟରେ ଦେଖାଯାଉଥିଲା। ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ତଥା ଦଳିତ କାର୍ଯ୍ୟକର୍ତ୍ତା ଏସ.ଆର ଦାରାପୁରୀ କହିଛନ୍ତି ଯେ ଯେତେବେଳେ ବାବା ସାହେବ ୧୯୪୨ ମସିହାରେ ଅନୁସୂଚିତ ଜାତି ଫେଡେରେସନ ଅଫ ଇଣ୍ଡିଆ ପାର୍ଟି ପ୍ରତିଷ୍ଠା କରିଥିଲେ, ସେତେବେଳେ ସେହି ଦଳର ପତାକା ରଙ୍ଗ ନୀଳ ଥିଲା। ପରେ ୧୯୫୬ ମସିହାରେ, ପୁରୁଣା ଦଳକୁ ରଦ୍ଦ କରି ରିପବ୍ଲିକାନ ପାର୍ଟି ଗଠନ ହେଲା, ସେତେବେଳେ ନୀଳ ପତାକା ମଧ୍ୟ ବ୍ୟବହୃତ ହୋଇଥିଲା। ପରେ ମାୟାବତୀଙ୍କ ବିଏସପି ପାର୍ଟି ମଧ୍ୟ ସମାନ ରଙ୍ଗ ଗ୍ରହଣ କରିଥିଲା।

ତେବେ ଏହି ନୀଳ ରଙ୍ଗକୁ ଦଳିତମାନଙ୍କର ଅସ୍ମିତାର ପ୍ରତୀକ କୁହାଯାଏ। ବାସ୍ତବରେ, ଆକାଶର ରଙ୍ଗ ନୀଳ । ଏହି ଆକାଶ ତଳେ ସମସ୍ତେ ସମାନ। ଏଠାରେ କୌଣସି ଜାତିର ପ୍ରତିବନ୍ଧକ ନାହିଁ ବୋଲି କୁହାଯାଇଛି। ଏହି କାରଣରୁ ବାବା ସାହେବ ନୀଳ ରଙ୍ଗକୁ ବହୁତ ପସନ୍ଦ କରୁଥିଲେ ଏବଂ ସେ ସର୍ବଦା ଏହି ରଙ୍ଗର ପୋଷାକ ପିନ୍ଧୁଥିଲେ। ସାରା ଦେଶରେ ସ୍ଥାପିତ ବାବା ସାହେବଙ୍କର ସମସ୍ତ ପ୍ରତିମୂର୍ତ୍ତି ସବୁ ନୀଳ ସୁଟରେ ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *