ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ଗୁରୁବାର ଲୋକ ସଭାରେ ଏମପି ଭାବେ ଶପଥ ନେଇଛନ୍ତି। ତେବେ ଶପଥ ଗ୍ରହଣ ପାଇଁ ଯାଉଥିବାବେଳେ ସଂସଦ ଦୁଆର ମୁହଁରେ ହାତ ଦେଖାଇ ଅଟକାଇଥିଲେ କଂଗ୍ରେସ ନେତା ତଥା ତାଙ୍କ ଭାଇ ରାହୁଲ ଗାନ୍ଧୀ । ରାହୁଲଙ୍କ ହଠାତ୍ ଏପରି ଆଚରଣ ଦେଖି ଅନ୍ୟ ଏମପିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେଏମିତି କିଛି ଘଟଣା ଘଟିଲା ଯାହାକୁ ଦେଖି ସମସ୍ତେ ହସି ଉଠିଥିଲେ। ଏହାର ଏକ ଭିିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ନିକଟରେ କେରଳର ୱାଏନାଡରେ ହୋଇଥିବା ଲୋକ ସଭା ଉପ-ନିର୍ବାଚନରେ ସେ ବିଜୟୀ ହୋଇଥିଲେ ପ୍ରିୟଙ୍କା। ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ପ୍ରିୟଙ୍କା ଶପଥ ଗ୍ରହଣ ପାଇଁ ଲୋକ ସଭାକୁ ପ୍ରବେଶ କରୁଛନ୍ତି। ଏହି ସମୟରେ ତାଙ୍କ ଭାଇ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ଅଟକାଉଛନ୍ତି। ରାହୁଲଙ୍କ ପାଟି ଶୁଣି ପ୍ରିୟଙ୍କାଙ୍କ ସମେତ ସବୁ ଏମପି ଅଟକି ଯାଉଛନ୍ତି। ଏହାକୁ ଦେଖି ପ୍ରିୟଙ୍କାଙ୍କ ସହ ସମସ୍ତେ ତାଜୁବ ହୋଇଯାଇଥିଲେ। ଏବଂ ପରସ୍ପରର ମୁହଁ ଦେଖିବାକୁ ଲାଗୁଛନ୍ତି। ଏହି ସମୟରେ ରାହୁଲ ନିଜ ପକେଟରୁ ମୋବାଇଲ୍ ଫୋନ୍ କାଢି ପ୍ରିୟଙ୍କାଙ୍କ ଫଟୋ ଉଠାଇଥିଲେ। ଯାହାକୁ ଦେଖି ସମସ୍ତେ ହସିବାକୁ ଲାଗିଥିଲେ।