ରାଜନୀତିକୁ ଓହ୍ଲାଇବେ ରାହୁଲଙ୍କ ଭଣଜା

ନୂଆଦିଲ୍ଲୀ: ରାଜନୀତିକୁ ଏଣ୍ଟ୍ରି କରିବେ କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭଣଜା । ଏହାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇ ଉଠୁଛି। ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ଖୁବଶୀଘ୍ର ରାଜନୀତିରେ ଏଣ୍ଟ୍ରିି ମାରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ନିକଟରେ ରାହୁଲ ପୋଷ୍ଟ କରିଥିବା ଏକ ଭିଡ଼ିଓକୁ ନେଇ ଏହି ଆଲୋଚନା ହେଉଛି, ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ରାହୁଲ ଶୁକ୍ରବାର ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ରାହୁଲ ‘୧୦ ଜନପଥ’ରେ ଥିବା ତାଙ୍କ ବାସଭବନରେ ରଙ୍ଗ ମାରୁଥିବାର ଦେଖାଯାଇଛନ୍ତି। ଏହି ସମୟରେ ସେ ତାଙ୍କ ସହ କାମ କରୁଥିବା ଶ୍ରମିକଙ୍କ ସହ କଥା ହେଉଥିବାର ନଜର ଆସିଥିଲେ। ବିଶେଷ କଥା ହେଉଛି ଏହି ଭିଡିଓରେ ରାହୁଲଙ୍କ ଭଣଜା ରେହନା ଭଦ୍ରା ମଧ୍ୟ ନଜର ଆସିଥିଲେ। ଏହି ଭିଡିଓ ପୋଷ୍ଟ ହେବା ପରେ ଏବେ ଜାତୀୟ ରାଜନୀତି ପୂରା ସରଗରମ । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ଖୁବଶୀଘ୍ର ରାଜନୀତିରେ ଏଣ୍ଟ୍ରି ମାରିପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି । ଆହୁରି କଂଗ୍ରେସର ସମର୍ଥକ ଓ ବିରୋଧୀ ଦଳର ସଦସ୍ୟ ନେହେରୁ-ଗାନ୍ଧୀ ପରବାରର ଆଗାମୀ ପିଢି ସଦସ୍ୟଙ୍କ ସଫ୍ଟ ଲଞ୍ଚିଙ୍ଗ ଭାବରେ ଦେଖୁଛନ୍ତି।

ଏହି ଭିଡିଓ ଆଲୋଚନାକୁ ଆସିବାର କାରଣ ହେଉଛି, ନିକଟରେ ରେହନାଙ୍କ ମାଆ ପ୍ରିୟଙ୍କା ଭଦ୍ରା ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ରାହୁଲଙ୍କ ଦ୍ୱାରା ୱାୟନାଡ ଛାଡିବା ପରେ ପ୍ରିୟଙ୍କା ଲୋକ ସଭା ଉପ ନିର୍ବାଚନ ପାଇଁ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରେହନା ଭଦ୍ରାଙ୍କ ବିଷୟରେ କହିଲେ, ୨୪ବର୍ଷିୟ ରେହନା ଭିଜୁଆଲ ଆର୍ଟିଷ୍ଟ ଓ କ୍ୟୁରେଟର ଅଟନ୍ତି। ତାଙ୍କ ୱେବସାଇଟରେ ବନ୍ୟଜୀବୀ ଓ ସଡକ ଠାରୁ ଆରମ୍ଭ କରି ବ୍ୟବସାୟିକ ଫଟୋଗ୍ରାଫି ମଧ୍ୟ ସାମିଲ୍ ଅଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *