ଫିଲ୍ମର ପ୍ରମୋଶନ ପାଇଁ ସ୍ୱର୍ଣ୍ଣମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ଭିକି,ରଶ୍ମିକା

ମୁମ୍ବାଇ: ବଲିଉଡ୍ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାବା’ ଆସନ୍ତା୧୪ରେ ମୁକ୍ତିଲାଭ କରିବ। ଏହା ପୂର୍ବରୁ ୨ କଳାକାର ସୋମବାର ଫିଲ୍ମର ପ୍ରମୋଶନ ପାଇଁ ପଞ୍ଜାବର ଅମୃତସରସ୍ଥିତ ସ୍ୱର୍ଣ୍ଣମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହାର କିଛି ଫଟୋକୁ ଭିକି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିବା ସମୟରେ ଭିକି ଧଳା ରଙ୍ଗର କୁର୍ତ୍ତା ଏବଂ ରଶ୍ମିକା ଗୋଲାପୀ ରଙ୍ଗର ଶୁଟ୍ ପିନ୍ଧିଥିଲେ । ଏଥିରେ ଉଭୟେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ପୋଷ୍ଟର କ୍ୟାପ୍‌ଶନ୍‌ରେ ଭିକି ଲେଖିଛନ୍ତି, ସ୍ୱର୍ଣ୍ଣ ମନ୍ଦିରରେ ବିତାଇଥିବା କ୍ଷଣ ସବୁବେଳେ ଅଭୁଲା ହୋଇ ରହିବ। ଏଠାକାର ଦିବ୍ୟ ଏବଂ ଶାନ୍ତ ପରିବେଶରେ ପ୍ରାର୍ଥନା କରିବାର ଅନୁଭବକୁ ବର୍ଣ୍ଣନା କରିହେବ ନାହିଁ। ପ୍ରକାଶ ଯେ, ‘ଛାବା’ ଫିଲ୍ମର ପ୍ରମୋଶନ ପାଇଁ ସମ୍ପ୍ରତି ଭିକି ଏବଂ ରଶ୍ମିକା ବିଭିନ୍ନ ସହରକୁ ଗସ୍ତ କରୁଛନ୍ତି। ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନୀକୁ ନେଇ ଆଧାରିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଲକ୍ଷ୍ମଣ ଉଟେକର ଦେଇଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *