ମୁମ୍ବାଇ: ଲକ୍ଷ୍ମଣ ଭୂମିକାରେ ନଜର ଆସିବେ ରବି ଦୁବେ । ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ରେ ରବି ଦୁବେଙ୍କୁ ଲକ୍ଷ୍ମଣ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ ।ଏନେଇ ସ୍ପଷ୍ଟ କରିଛନ୍ତି ଖୋଦ ଅଭିନେତା ରବି ଦୁବେ । ଏକ ସାକ୍ଷାତକାରରେ ସେ କହିଛନ୍ତି , ତାଙ୍କୁ ଲାଗୁଛି କି ଏହି ପ୍ରୋଜେକ୍ଟରେ ପବିତ୍ରତା ରହିଛି । ମୁଁ ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଛି। ଏହି ଭୂମିକାକୁ ନେଇ ସେ ମଧ୍ୟ ବେଶ ଆଶାବାଦୀ ଥିବା କହିଛନ୍ତି । ଏବଂ ରଣବୀର କପୁରଙ୍କ ସହ କାମ କରିବାକୁ ଉତ୍ସାହିତ ଥିବା ବିଷୟରେ ମଧ୍ୟ କହିଥିଲେ।
ପ୍ରଥମ ଥର ପାଇଁ ରଣବୀର ଏକ ଧାର୍ମିକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ରେ ରଣବୀରଙ୍କୁ ରାମ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।
ପ୍ରକାଶ ଥାଉକି, ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ମାତା ସୀତା ଭୂମିକାରେ ନଜର ଆସିବେ ସାଉଥ ସୁନ୍ଦରୀ ସାଇ ପଲ୍ଲବୀ । ଏଥିସହ ଅନ୍ୟାନ୍ୟ ଭୂମିକାଙ୍କ ବିଷୟରେ କହିବାକୁ ଗଲେ, ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରାଯାଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଫିଲ୍ମର ଷ୍ଟାରକାଷ୍ଟଙ୍କ ନାଁ ଅଫିସିଆଲି ଘୋଷଣା କରିନାହାଁନ୍ତି । ଖୁବଶୀଘ୍ର ଏହା ଘୋଷଣା କରାଯିବ ବୋଲି ଆଶା ।