ଅଲ୍ଲୁ ଅର୍ଜ୍ଜୁନଙ୍କ ସପକ୍ଷରେ ବାହାରିଲେ କଳାକାର

ମୁମ୍ବାଇ: ଅଲ୍ଲୁ ଅର୍ଜ୍ଜୁନଙ୍କୁ ଶୁକ୍ରବାର ଦିନ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା। ହେଲେ ଗିରଫର କିଛି ଘଣ୍ଟା ପରେ ତାଙ୍କୁ ଅନ୍ତରୀଣ ଜାମିନ୍ ମଧ୍ୟ ମିଳିଯାଇଥିଲା। ପୁଷ୍ପା-୨ର ସ୍କ୍ରିନିଂ ସମୟରେ ଗହଳି ସହ ଠେଲାପେଲା କାରଣୁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିଲା। ଘଟଣାକୁ ନେଇ ଅଭିନେତାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା। ଅଲ୍ଲୁଙ୍କ ଗିରଫକୁ ନାପସନ୍ଦ କରିଛନ୍ତି ବଲିଉଡ କଳାକାର। ଅଭିନେତାରୁ ସାଂସଦ ବନି ଥିବା ରବି କିଷାନ ଅଲ୍ଲୁଙ୍କ ଗିରଫକୁ ବିରୋଧ କରିଛନ୍ତି। ଏସବୁ ଯାହା ହେଲା କିଛି ଠିକ୍ ନୁହେଁ। ସିନେମା ଦୁନିଆ ପାଇଁ ଏ ଦିନ କଳା ଦିନ। ଏହା ସହ ଗାୟକ ମିକା ସିଂହ ମଧ୍ୟ ଅଲ୍ଲୁଙ୍କ ଗିରଫକୁ ନାପସନ୍ଦ କରିଛନ୍ତି। ଅଲ୍ଲୁଙ୍କ ସମର୍ଥନରେ ବାହାରିଛନ୍ତି।

ବିଜେପି ସାଂସଦ ତଥା ଅଭିନେତା ରବି କିଶନ ସଂଧ୍ୟା ଥିଏଟର ବାହାରେ ମହିଳାଙ୍କ ମୃତ୍ୟୁ ଏବଂ ଏହି ଘଟଣାରେ ଅଲ୍ଲୁଙ୍କ ଗିରଫଦାରୀକୁ ନେଇ କହିଛନ୍ତି, ସେ ମୋର ଭଲ ବନ୍ଧୁ। ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଅଭିନେତାଙ୍କ ସହିତ ଏ କି ପ୍ରକାର ବ୍ୟବହାର କରାଯାଉଛି। ଏହି ଦିନ ସମସ୍ତ ଅଭିନେତା ଏବଂ ଫିଲ୍ମ ଦୁନିଆ ପାଇଁ କଳା ଦିନ। ସେଠାର କଂଗ୍ରେସ ସରକାର ଏନେଇ ଜବାବ ଦେବା ଉଚିତ। ଏହା ସହ ରବି କିଶନ କହିଛନ୍ତି ଏହା ବହୁ ଦୁର୍ଭାଗ୍ୟପୂର୍ଣ୍ଣ। ଏ ମାମଲା ସଠିକ୍ ଭାବେ ତଦନ୍ତ ହେବା ଦରକାର। ଯେପରି ଅଲ୍ଲୁଙ୍କୁ ଗିରଫ କରାଯାଇଛି ଯେପରି ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରାଯାଏ। ତାଙ୍କର ଛୋଟ ଛୋଟ ପିଲାଙ୍କ ଉପରେ କ’ଣ ବିତୁଥିବ।

ବଲିଉଡ ଏବଂ ପଞ୍ଜାବୀ ଗାୟଗ ମିକା ସିଂହ ମଧ୍ୟ ଅଲ୍ଲୁ ଅର୍ଜ୍ଜୁନଙ୍କ ସମର୍ଥନରେ ଏକ ପୋଷ୍ଟ ସେୟାର କରିଛନ୍ତି। ଲେଖିଛନ୍ତି ଅଲ୍ଲୁ ଅର୍ଜ୍ଜୁନଙ୍କୁ ସ୍ୱାଗତ। ଆମେ ସମସ୍ତେ ଆପଣଙ୍କୁ ଭଲ ପାଉଛୁ। ଏବଂ ସବୁ ବେଳେ ତୁମ ସାଥୀରେ ରହିବୁ। ଆପଣ ସବୁବେଳେ ଷ୍ଟାର ପରି ଚମକୁଥାଆନ୍ତ. ଭଗବାନ ଆପଣଙ୍କୁ ସବୁବେଳେ ସାହା ହୁଅନ୍ତୁ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *