ମହାକୁମ୍ଭରେ ୧୫ ହଜାର କର୍ମୀ ସଫେଇ କରି କଲେ ରେକର୍ଡ

ପ୍ରୟାଗରାଜ: ମହାକୁମ୍ଭରେ ଏକାସାଙ୍ଗରେ ସଫେଇ କଲେ ୧୫ ହଜାର କର୍ମଚାରୀ । ପ୍ରୟାଗରାଜର ୪ଟି ଜୋନରେ ଏକାଥରେ ସଫେଇ କାମ କରି ଏହି ୧୫ ହଜାର ସଫେଇ କର୍ମୀ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିଛନ୍ତି ।

ଲଣ୍ଡନରୁ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡର ଏକ ଆସି ପ୍ରୟାଗରାଜରେ ପହଞ୍ଚିଲେ । ସୋମବାର ଏହି ନିଆରା କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ପ୍ରତି କର୍ମଚାରୀଙ୍କ ହାତରେ କ୍ୟୁଆର କୋର୍ଡ ଥିବା ଏକ ସ୍ୱତନ୍ତ୍ର ବ୍ୟାଣ୍ଡ ରହିଥିଲା । ଯାହା ଜରିଆରେ କର୍ମଚାରୀଙ୍କ ଗଣନା କରାଯାଉଥିଲେ । ତେବେ ୩ ଦିନ ପରେ କେତେ କର୍ମଚାରୀ ସାମିଲ ହୋଇଥିଲେ ତାର ଫାଇନାଲ ରିପୋର୍ଟ ଆସିବ । ସେପଟେ ୨୦୧୯ କୁମ୍ଭମେଳାରେ ମଧ୍ୟ ୧୦ ହଜାର ସଫେଇ କର୍ମଚାରୀଙ୍କୁ ନେଇ ଏମିତି ଏକ ନିଆରା କାର୍ଯ୍ୟକ୍ରମ ହୋଇଥିଲା । ତେବେ ମହାକୁମ୍ଭରେ ସ୍ୱଚ୍ଛତା ଏବଂ ପରିଚ୍ଛନ୍ନତାକୁ ଅଧିକ ଦୃଷ୍ଟି ଦିଆଯାଉଥିବା ବେଳେ ଜାନୁୟାରୀ ୧୩ ତାରିଖରୁ ମହାକୁମ୍ଭ ସରିବା ଯାଏଁ ଏମାନେ ହିଁ ରାତି ଦିନ ପ୍ରୟାଗରାଜର ରାସ୍ତାଘାଟ, ସଙ୍ଗମ ସ୍ଥଳକୁ ସଫା ରଖୁଛନ୍ତି ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଯାଇଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *