ଲିଭ୍‌-ଇନରେ ରହିବା ପାଇଁ କରିବାକୁ ପଡିବ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ବର୍ତ୍ତମାନ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ଲାଗୁ ହୋଇଛି । ଏଣିକି ଲିଭ୍‌-ଇନ ରିଲେସନସିପ ପାଇଁ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ । ଅନେକ ଲିଭ୍‌ଇନ୍ ରିଲେସନସିପ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଯେଉଁ ଲୋକେ ପୂର୍ବରୁ ଏହି ସମ୍ପର୍କରେ କରିଛନ୍ତି, ସେମାନଙ୍କୁ ମଧ୍ୟ ରେଜିଷ୍ଟ୍ରେସନ କରିବାକୁ ପଡିବ।

ଲିଭ୍‌-ଇନ ରିଲେସନସିପ ପାଇଁ ଅନଲାଇନ ଆବେଦନର ୧୫ ଦିନ ମଧ୍ୟରେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ମିଳିଯିବ । ଏଥିପାଇଁ ୨୫୦ ଟଙ୍କା ଶୁଳ୍କ ରହିବ ।୧୫ ଦିନରେ ଦାଖଲ କରିବାକୁ ପଡିବ ଆପ୍ଲିକେସନ । ଯଦି ସଙ୍ଗେ ସଙ୍ଗେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଅପଣଙ୍କୁ ଦରକାର ତେବେ ଏଥିପାଇଁ ଅଢେଇ ହଜାର ଟଙ୍କାର ଫି ଦେବାକୁ ପଡିବ । ରେଜିଷ୍ଟାରଙ୍କୁ ୧୫ ଦିନରେ ଆପ୍ଲିକେସନ ଦାଖଲ କରିବାକୁ ପଡିବ । ନଚେତ ଆପ୍ଲିକେସନ ରେଜିଷ୍ଟାର ଜେନେରାଲଙ୍କ ପାଖକୁ ଚାଲିଯିବ ।

ୟୁସିସିରେ ରେଜିଷ୍ଟ୍ରେସନ ପାଇଁ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଲିଭ୍‌-ଇନ ରିଲେସନସିପ ଉପରେ ଆଜିଠାରୁ ସଂପୂର୍ଣ୍ଣ ଭାବେ ରୋକା ଦିଆଯାଇଛି । ଖାସକରି ମୁସଲିମ କମ୍ୟୁନିଟିରେ ଯେଉଁ ଲୋକେ ଏହା ପୂର୍ବରୁ ଲିଭ୍‌-ଇନ ରିଲେସନସିପରେ ଅଛନ୍ତି, ସେମାନଙ୍କୁ ମଧ୍ୟ ରେଜିଷ୍ଟ୍ରେସନ କରିବାକୁ ପଡିବ ।

ଲିଭ୍‌-ଇନରେ ରହୁଥିବା କପଲ୍‌, ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ । ଲିଭ୍‌-ଇନରେ ରହୁଥିବା ବ୍ୟକ୍ତିଙ୍କ ବୟସ ୧୮ ଏବଂ ୨୧ ବର୍ଷ ଉପରେ ରହିବା ଆବଶ୍ୟକ । ଯଦି ଏମାନଙ୍କୁ ଏତିକି ବୟସ ହୋଇନାହିଁ, ସେମାନେ ପିତାମାତାଙ୍କ ସମ୍ମତି ନେବାକୁ ପଡିବ । ଏଥିସହ ଲିଭ୍‌-ଇନ ସଂପର୍କରେ ରହୁଥିବା ଦମ୍ପତ୍ତିଙ୍କର ଶିଶୁ ଏକ ବିବାହିତ ଦମ୍ପତ୍ତିଙ୍କ ସନ୍ତାନ ଭଳି ସମାନ ଅଧିକାର ପାଇବ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *