ଇଚ୍ଛାମୃତ୍ୟୁ ଦାବି : କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା

ରାଜସ୍ଥାନ:ଇଚ୍ଛାମୃତ୍ୟୁ ଦାବି କରୁଥିବା ଜଣେ କୃଷକଙ୍କୁ ୯.୯୧ ଟଙ୍କା ଜରିମାନା ହୋଇଛି । କାରଣ କୃଷକ ଓ ତାଙ୍କ ପରିବାରକୁ ଆତ୍ମଦାହରୁ ବଞ୍ଚାଇବା ପାଇଁ ବହୁ ଅର୍ଥ ବ୍ୟୟ ହୋଇଥିଲା । ଏନେଇ ତାଙ୍କୁ କରାଯାଇଛି ନୋଟିସ୍ । ତେଣୁ ତାଙ୍କୁ ଏହି ଜରିମାନା କରାଯାଇଛି । ଏପରି ଦେଖିବାକୁ ମିଳିଛି ରାଜସ୍ଥାନରେ ।

ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚି୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ ସିମେଣ୍ଟ କମ୍ପାନୀ ମାଲିକାନାରେ ଥିବା ସେମାନଙ୍କ ଜମି ନିମନ୍ତେ କ୍ଷତିପୂରଣ ଦାବିକରି କୃଷକ ବିଦ୍ୟାଧର ଯାଦବଙ୍କ ପରିବାର ଏବଂ କମ୍ପାନୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ପ୍ରତିବାଦ ସ୍ୱରୂପ ଇଚ୍ଛାମୃତ୍ୟୁ ଦାବିକରି ବିଦ୍ୟାଧର ଓ ତାଙ୍କ ପରିବାର ସଦସ୍ୟ ଜୁଇରେ ବସିଥିଲେ। ଉକ୍ତ ପରିବାରକୁ ଆତ୍ମଦାହରୁ ରକ୍ଷା କରିବା ପାଇଁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏଥିପାଇଁ ବହୁତ ଅର୍ଥ ବ୍ୟୟ ହୋଇଥିବାରୁ ପୋଲିସ ବିଦ୍ୟାଧରଙ୍କ ଉପରେ ୯.୯୧ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ରାଜସ୍ଥାନ ସରକାରଙ୍କ ନିର୍ଦ୍ଦେଶକ୍ରମେ ଝୁନ୍‌ଝୁନୁ ଏସ୍‌ପି ଶରଦ ଚୌଧୁରୀ ବିଦ୍ୟାଧରଙ୍କୁ ନୋଟିସ୍ ପଠାଇଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *