ଢାକା: ଆସନ୍ତା ୧୭ ତାରିଖରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’। ତେବେ ଫିଲ୍ମର ରିଲିଜ୍ ଉପରେ କଟକଣା ଲଗାଇଛି ବାଂଲାଦେଶ। ବର୍ତ୍ତମାନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତ ସମ୍ପର୍କକୁ ଦୃଷ୍ଟିରେ ରଖି ବାଂଲାଦେଶର ଅନ୍ତରୀଣ ସରକାର ଫିଲ୍ମ ଏମ୍ର୍ଜେନ୍ସିର ସ୍କ୍ରିନିଂ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିଛନ୍ତି କଙ୍ଗନା ରାଣାୱତ। ଏନେଇ କଙ୍ଗନା ସ୍ପେଶାଲ ସ୍କ୍ରିନିଂ କରାଇଥିଲେ। ଫିଲ୍ମ ୧୭ ତାରିଖରେ ପରଦାକୁ ଆସିବ। ଫିଲ୍ମର ରିଲିଜ୍ ପୂର୍ବରୁ ଅଭିନେତ୍ରୀ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ପାଇଁ ନାଗପୁରରେ ସ୍ପେଶାଲ ସ୍କ୍ରିନିଂ ରଖିଥିଲେ । ସାଥିରେ ଅନୁପମ ଖେର ମଧ୍ୟ ଥିଲେ ।
କଙ୍ଗନା ରାଣାୱତ ଫିଲ୍ମ ‘ଏମରଜେନ୍ସି’ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ଐତିହାସିକ ରାଜନୈତିକ ଡ୍ରାମା ଉପରେ ଆଧାରିତ । ଭାରତରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଏହା ପର୍ଯ୍ୟବସିତ । ଫିଲ୍ମରେ ଶ୍ରେୟସ୍ ତଲପଡେ, ଅଶୋକ ଛାବ୍ରା, ମହିମା ଚୌଧୁରୀ ମୁଖ୍ୟ ଭୂମିକାରେ ନଜର ଆସିବେ ।